କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲା ଟାଙ୍ଗି ଅଞ୍ଚଳରେ ସାମନାକୁ ଆସିଛି ଅଭାବନୀୟ ଘଟଣା . ପାଣି ପିଇବାକୁ ପୋଖରୀ ପାଖକୁ ଆସିଥିବା ହରିଣକୁ ମାରିଦେଲେ ଲୋକେ , ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ ତଦନ୍ତ ଆରମ୍ଭ କରିଥିବା ସମୟରେ ଦୁଇ ଜଣଙ୍କୁ ଅଟକ ରଖିଛନ୍ତି . ପ୍ରକୃତରେ ମଣିଷ ଜାତି ବଡ ନିଷ୍ଠୁର , ସୂଚନା ଅନୁସାରେ ରାଜଧାନୀ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଗୋ ସେବକ ରାଜେଶ ପୃଷ୍ଟି ବ୍ୟକ୍ତିଗତ କାମରେ କଟକର ଟାଙ୍ଗୀ ଅଞ୍ଚଳକୁ ଯାଉଥିବା ବେଳେ ଜଙ୍ଗଲ ଭିତରୁ ଏକ ଗର୍ଭବତୀ ହରିଣୀ ପାଣି ପିଇବାକୁ ଏକ ପୋଖରୀ କୂଳକୁ ଆସିଥିଲା . ତେବେ ସେଠାର କିଛି ସ୍ଥାନୀୟ ଲୋକେ ହରିଣକୁ ଘେରି ଯାଇଥିଲେ ଏବଂ ତାକୁ ଛଟ ପଟ କରି ପଥରରେ ଛେଚି ମାରିଦେଲେ . ରାଜେଶ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ ମାରିବାକୁ ଧମକ ଦେଲେ । କିନ୍ତୁ ରାଜେଶ ତୁରନ୍ତ ଜଙ୍ଗଲ ବିଭାଗକୁ ଖବର ଦେବା ପରେ , ସେଠାରେ ଜଙ୍ଗଲ ବିଭାଗର କର୍ମଚାରୀ ପହଞ୍ଚି ଦୁଇଜଣ ଙ୍କୁ ଅଟକ ରଖିଛନ୍ତି ।
ପାଣି ପିଇବାକୁ ଆସିଥିବା ହରିଣ କୁ ମାରିଦେଲେ !!!

