ଅବସରପ୍ରାପ୍ତ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଗୁରୁ ଛାତ୍ର ମଧ୍ୟରେ ଥିବା ସମ୍ପର୍କ, ଯେଉଁ ନିବିଡତା, ତାହା ସବୁବେଳେ ବେଳେ ସ୍ମରଣୀୟ ହେଇ ରହିଥାଏ । କଣିହାଁ ବ୍ଲକ୍ ଅନ୍ତର୍ଗତ ହରିହରପୁର ସ୍ଥିତ ଦୋଳ ମଙ୍ଗଳା କ୍ଲବ୍ ଠାରେ ଅବସରରେ ପୂର୍ବତନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ଏକ ସାଧାରଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବ୍ରଜନାଥପୁର ର ସରପଞ୍ଚ ତଥା ୧୯୮୮ ମସିହା ବ୍ୟାଚ୍ ର ପୂର୍ବତନ ଛାତ୍ର ଭାଗିରଥୀ ସାହୁ ଙ୍କ ଦ୍ୱାରା ଦୋଳ ମଙ୍ଗଳା କ୍ଲବ୍ ର ସଦସ୍ୟ ମାନଙ୍କୁ ନେଇ ପୂର୍ବତନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଗୁରୁ ଶିଷ୍ୟ ମଧ୍ୟରେ ଥିବା ଏହି ସମ୍ପର୍କ ନିବିଡ଼ ରହୁ ଏବଂ ଆଗମୀ ଦିନରେ ଛାତ୍ର ମାନେ ଗୁରୁ ମାନଙ୍କୁ ନ ଭୁଲି ଆଶିର୍ବାଦ ଭିକ୍ଷା କରି ଆଗକୁ ବଢନ୍ତୁ ବୋଲି ଏହି କାର୍ଯ୍ୟକ୍ରମ ରେ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *