କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକ ତେଣ୍ଡାକୁଡା ପଞ୍ଚାୟତ ମୁସଲମାନ ବସ୍ତି ବାସିନ୍ଦା ମାନେ ପାଟକୁରା ବିଧାୟିକାଙ୍କ ପୁତ୍ର ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲଙ୍କ ଆଶୁ ଆରୋଗ୍ୟ କାମନା କରି ମୁସଲିମ ବସ୍ତିରେ ସମୂହ ନମାଜ ପାଠ କରିଥିଲେ l ସୂଚନା ଅନୁଯାୟୀ ବିଜେଡି ନେତା ସଞ୍ଜୟ ଅଗ୍ରୱାଲ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି . ସଞ୍ଜୟ ଅଗ୍ରୱାଲଙ୍କ ଆଶୁ ଆରୋଗ୍ୟ କାମନା କରି ଆୟୋଜିତ ଏହି ପ୍ରାର୍ଥନାରେ ସାୟାଦଜମିଲ ଆଖତର , ବାବର ଅରାସଦୁଲ , ଅବରାର ଜିଆ , ବସ୍ତି ସର୍ଦାର ଆକବଲ ଖାନ , ବବୁଭାଇ ସହଜନ , ଅମିନ ଙ୍କ ସହ ଅନେକ ମୁରବି ଏବଂ ମାନ୍ୟଗଣ ବ୍ୟକ୍ତି ମାନେ ଯୋଗ ଦେଇଥିଲେ l ଜିରାଳ ସ୍ଥିତ କାମେଶ୍ୱର ମହାଦେବ ମନ୍ଦିର ଏବଂ ବାଇଆବାବା ମାଳ ମନ୍ଦିର ସମ୍ମୁଖରେ ମଧ୍ୟ ଅଗ୍ରୱାଲଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ଅନେକ କର୍ମୀମାନେ ଉପସ୍ଥିତ ହୋଇ ସମୂହ ଦୀପ ଦାନ କରିଥିଲେ l
ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା ଏବଂ ନମାଜ ପାଠ l

