ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଭାରତ ସରକାରଙ୍କ ଜାତୀୟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ନେହେରୁ ଯୁବ କେନ୍ଦ୍ର ନୟାଗଡ଼ ଓ ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଲବ୍ ର ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବ ଶାନ୍ତି ଦିବସ ପାଳିତ ହେଇଯାଇଛି । ସକ୍ସେସ ଟ୍ୟୁଟୋରିଆଲ, ପଦ୍ମାବତୀ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଭାପୁର ବ୍ଲକ୍ ର ଜାତୀୟ ଯୁବ ସ୍ଵେଚ୍ଛାସେବୀ ସତ୍ୟବ୍ରତ ମହାରଣା ପରିଚାଳନା କରିଥିବା ବେଳେ କ୍ଲବ୍ ର ସଦସ୍ୟ ମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ରାଜନୀତି ବିଜ୍ଞାନ ର ଅଧ୍ୟାପକ ରମେଶ ଚନ୍ଦ୍ର ବରାଡ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ତର୍କଶାସ୍ତ୍ର ର ଅଧ୍ୟାପକ କାଳନ୍ଦୀ ଚନ୍ଦ୍ର ନାୟକ ଏକ ସୁସ୍ଥ ସମାଜ ଗଠନ ପାଇଁ ଶୃଙ୍ଖଳିତ ହେବା ନିହାତି ଆବଶ୍ୟକ ବୋଲି ପିଲାଙ୍କୁ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶିକ୍ଷୟତ୍ରୀ ଶ୍ରୀମତୀ ସୁରମାରାଣୀ ସାହୁ । ସମ୍ମାନିତ ଅତିଥି ଭାବେ ଇଂରାଜୀ ଅଧ୍ୟାପିକା ସୁଶ୍ରୀ ପ୍ରିୟମ୍ବଦା ଷଡ଼ଙ୍ଗୀ ଯୋଗଦେଇ ଏକ ସୁସ୍ଥ ବାତାବରଣ ପାଇଁ ସୁସ୍ଥ ମାନସିକତା ରହିବା ଆବଶ୍ୟକ ବୋଲି କହିଥିଲେ । ସାଧାରଣ ସଭା ପରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା ( ଶାନ୍ତି ପୂର୍ଣ୍ଣ ଦେଶ ନିର୍ମାଣରେ ଯୁବକ ମାନଙ୍କର ଭୂମିକା ) ବିଷୟକୁ ନେଇ କରାଯାଇଥିଲା । ଏଥିରେ ସୂର୍ଯ୍ୟକାନ୍ତୀ ସାହୁ ପ୍ରଥମ, ବିଷ୍ଣୁପ୍ରିୟା ପ୍ରଧାନ ଦ୍ଵିତୀୟ ଓ ବର୍ଷା ନାୟକ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ମାନପତ୍ର ଓ ମେଡାଲ ଗ୍ରହଣ କରିଥିଲେ । ପରିଶେଷରେ କ୍ଲବ୍ ର ଉପ-ସଭାପତି ସରୋଜ କାନ୍ତ ସାହୁଙ୍କ ଦ୍ଵାରା ଧନ୍ୟବାଦ ପ୍ରଦାନ କରିଥିଲେ ।