ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପଞ୍ଚାୟତ ନିର୍ବାଚନକୁ ନେଇ ବାଙ୍କୀ ରାଜନୀତି ବେଶ ସରଗରମ ଥିବା ସମୟରେ କୋମାରେ ରହିଛି ବାଙ୍କୀ ବିଜେପି . ନେତୃତ୍ୱ କନ୍ଦଳ , ବିଳମ୍ବିତ ପ୍ରାର୍ଥୀ ଚୟନ , କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସମନ୍ଵୟ ର ଅଭାବ ଦଳକୁ ବ୍ୟାଙ୍କ ଫୁଟ କୁ ଠେଲିଥିବା କଥା ଆଲୋଚନା ହେଉଛି . ତେବେ ସ୍ଥିତି ବଜାୟ ରଖିବା ପାଇଁ ବାଙ୍କୀ ର ବିଭିନ୍ନ ଜିଲ୍ଲା ପରିଷଦ ଜୋନ ପାଇଁ ଦଳୀୟ ପ୍ରାର୍ଥୀ ନାମାଙ୍କନ କରିଛନ୍ତି . ବାଙ୍କୀ ସେଣ୍ଟ୍ରାଲ୍ ଜୋନ ପାଇଁ ସଙ୍ଗୀତା ପ୍ରୀୟଦର୍ଶୀନୀ ସାହୁ ଏବଂ ଡମପଡା ଜୋନ୍ ପାଇଁ ଅନନ୍ତ ମିଶ୍ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି . ୨୦୧୯ ସାଧାରଣ ନିର୍ବାଚନରେ ବାଙ୍କୀ ରୁ ଦଳୀୟ ଟିକେଟ ରେ ବିଧାୟକ ଲଢ଼ିଥିବା ଶୁଭ୍ରାଂଶୁ ମୋହନ ପାଢୀ ପ୍ରାର୍ଥୀ ଚୟନରେ କାହାର ମତାମତ ନେଇ ନଥିବା କଥା ଅନ୍ୟ ପ୍ରମୂଖ ନେତା ମାନେ କହୁଥିବା ସମୟରେ , ବାରଙ୍ଗ ଅଂଚଳର ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଏବଂ ସଦର ଜୋନ ର ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଅଜୟ ସ୍ୱାଇଁ ବିଭିନ୍ନ ସ୍ଥାନରେ ସମାନ୍ତରାଳ ପ୍ରାର୍ଥୀ ଦେଇଥିବା କଥା ଆଲୋଚନା ହେଉଛି . ହେଲେ ଲୋକେ କୁହାକୁହି ହେଉଛନ୍ତି , ତିନି ନମ୍ବର ସ୍ଥାନ ପାଇଁ ବାଙ୍କୀ ବିଜେପିରେ କେତେ ବାଡ଼ିଆବାଡି ଆଉ ଟଣା ଓଟରା ଚାଲିଛି .