ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ତହସିଲ ଓ ପୌର କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନରେ ସୂଚନା ମିଳୁନଥିବା ଅଭିଯୋଗ ହୋଇଛି । ଅନୁଗୁଳ ପୌରାଞ୍ଚଳର ଯୁବ ସାମ୍ବାଦିକ ସଞ୍ଜିବ ମାଣ୍ଡୋଠିଆ ଅଭିଯୋଗ କରିଛନ୍ତି ଯେ, ସେ ଅନୁଗୁଳ ତହସିଲ ଓ ପୌର କାର୍ଯ୍ୟାଳୟରେ ମାସେ ପୂର୍ବରୁ ସୁଚନା ଅଧିକାର ଆଇନରେ କିଛି ସୂଚନା ମାଗିଥିଲେ । ତେବେ ଅନଗୁଳ ତହସିଲ କାର୍ଯ୍ୟାଳୟର ସୁଚନା ଅଧିକାରୀ କାର୍ଯ୍ୟ ବ୍ୟସ୍ତତା ର ବାହାନା ଦେଖାଇ ସୂଚନା ଦେବାକୁ ମନା କରି ଦେଇଛନ୍ତି । ଅନ୍ୟପକ୍ଷରେ ପୌର କାର୍ଯ୍ୟାଳୟର ସୂଚନା ଅଧିକାରୀ କୋଭିଡ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ସୂଚନା ଦେବାକୁ ଅଧିକ ୧୫ ଦିନ ଦେବାକୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଯାହାକି ସୂଚନା ଅଧିକାର ଆଇନର ଖୋଲା ଖୋଲି ଉଲଙ୍ଘନ ବୋଲି ଶ୍ରୀ ମାଣ୍ଡୋଠିଆ ଅଭିଯେଗେ କରିଛନ୍ତି । ତେଣୁ ସେ ବାଧ୍ୟ ହୋଇ ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାଇଛନ୍ତି ।
ସୂଚନା ଅଧିକାର ଆଇନରେ ମିଳୁନି ତଥ୍ୟ !!!

