ଜାରି ହେଲା ଅଘୋଷିତ ଫତୱା : ପ୍ରାର୍ଥୀପତ୍ର ପ୍ରତ୍ୟାହାର ନକଲେ ଘରେ ପଶିବ ଭିଜିଲାନସ !!!

Spread the love

!!! କୁସୁପଙ୍ଗି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଗୋଟିଏ ଦଳରୁ ହୋଇଛି ସମାନ୍ତରାଳ ପ୍ରାର୍ଥୀପତ୍ର ଦାଖଲ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି . ବାଙ୍କୀ ର ସମସ୍ତ ଜିଲ୍ଲା ପରିଷଦ ଜୋନ ପାଇଁ ତିନି ପ୍ରମୂଖ ଦଳରୁ ଏବଂ ବିଭିନ୍ନ ପଞ୍ଚାୟତ ପାଇଁ ଦଳୀୟ ସମର୍ଥନରେ ତଥା ସ୍ୱାଧୀନ ଭାବରେ ଅନେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି . ଏବେ ଆରମ୍ଭ ହେବ ରାଜନୀତିର ଗଣିତ . କାହା ପଲ୍ଲା ଭାରି , କିଏ କାହା ସହ ଡ଼ିଲ କରିବ , କିଏ କରିବ ପ୍ରତ୍ୟାହାର ସେ ନେଇ ଜୋର ଧରିଲାଣି ଚର୍ଚ୍ଚା . ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛି ଡମପଡା ବ୍ଲକ ର କୁସୁପଙ୍ଗୀ ପଞ୍ଚାୟତର ଖବର . ଗୋଟିଏ ରାଜନୈତିକ ଦଳର ଦୁଇ ଜଣ ବ୍ୟକ୍ତି ସମାନ୍ତରାଳ ଭାବରେ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ସମୟରେ ଦଳୀୟ ହାଇକମାଣ୍ଡ ଜାରି କରିଛନ୍ତି ଅଘୋଷିତ ଫତୱା . ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଜଣଙ୍କୁ ଦିଆଯାଇଛି ନିର୍ଦ୍ଦେଶ . ଦୁର୍ନୀତିରେ ନାକ ଯାଏଁ ବୁଡି ରହିଥିବା କୁଜିନେତା ଉଦ୍ଦେଶ୍ୟମୂଳକ ଭାବରେ ନାମାଙ୍କନ କରି ଦଳୀୟ ପ୍ରଚାର ଏବଂ ଭୋଟ ବ୍ୟାଙ୍କ କୁ ଭଣ୍ଡୁର କରିବା ପାଇଁ ଷଡଯନ୍ତ୍ର କରିଥିବାରୁ ଶୀର୍ଷ ନେତା ନେଇଛନ୍ତି ଏପରି ନିଷ୍ପତ୍ତି . ସୋମବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ନକଲେ ମଙ୍ଗଳବାର ଦିନର ଖାଇବା ମେନୁ ଭିଜିଲାନସ ଅଫିସ ରେ ହେବ ବୋଲି ଦିଆଯାଇଛି ଇସାରା . ଅନ୍ୟ ପକ୍ଷରେ ଦଳୀୟ ପଦବୀରୁ ବିତାଡିତ , ଦଳୀୟ ଟିକେଟ ରୁ ବଞ୍ଚିତ ଏବଂ ଭିଜିଲାନସ ତଦନ୍ତ ଘେରରେ ଥିବା କୁଜି ନେତା ସାମାଜିକ ଗଣମାଧ୍ୟମରେ ମିଡ଼ିଆ କୁ ଦଲାଲ ଓ ବିଜେପି ନେତାଙ୍କୁ ବାଳ ନେତା ବୋଲି କଟୁକ୍ତି ପ୍ରକାଶ କରି ମନ ବୁଝାଉଛନ୍ତି . ତେବେ ଘଟଣାରେ କାହା ମନ ଦୁଃଖ ହେଉ କି ନହେଉ ବାଙ୍କୀର କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ମନ ଭାରି ଦୁଃଖ , ମାସିକିଆ ବଟି ବୁଡି ଗଲାନା , କଣ ଗେଲ ଲାଗିଛି କି . ଡମପଡା ବ୍ଲକ କୁସପଙ୍ଗି ପଞ୍ଚାୟତ ନିସ୍ତିପୁର ର ଏହି ଘୋଟାଲାଵାଜ ଙ୍କ ( କିଛି ସାମ୍ବାଦିକଙ୍କ ଭାଷାରେ ହେଭିୱେଟ ନେତା ) ଅବସ୍ଥା ଏବେ ଚୋର ମା କବାଟ ଦେଇ କାନ୍ଦିବା ପରି ହୋଇଛି .

Leave a Reply

Your email address will not be published. Required fields are marked *