ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଘର ଦ୍ୱାର ଅଛି , ବଡ଼ ପୁଅ ପୋଲିସ ବିଭାଗରେ ଚାକିରି କରିଛି , ପୁଲିସରେ ଚାକିରି କରିଥିବା ସ୍ୱର୍ଗତ ସ୍ଵାମୀଙ୍କ ପେନସନ ବି ମିଳୁଛି କିନ୍ତୁ ଏସବୁ ସତ୍ତ୍ୱେ ୬୩ ବର୍ଷୀୟ ଭାରତୀ ବୃଦ୍ଧାଶ୍ରମରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତୀଙ୍କ କହିବା କଥା ହେଲା ତାଙ୍କ ଘର ବଅଁରପାଳ ଥାନା ଗୋତମରା ଗାଁ ରେ । ସ୍ଵାମୀ ପୁଲିସରେ ହାବିଲଦାର ଥିଲେ । ବଡ଼ ପୁଅକୁ ୪ ବର୍ଷ ବୟସ ବେଳେ ହଠାତ୍ ସ୍ଵାମୀଙ୍କ ଦେହାନ୍ତ ହୋଇଗଲା । ଘର ଚଳାଇବା ପାଇଁ ଭାରତୀ କିଛି ବର୍ଷ ହୋମଗାର୍ଡ ଚାକିରି କଲେ । ଦୁଇ ପୁଅ ଗୋଟିଏ ଝିଅକୁ ମଣିଷ କଲେ । କିନ୍ତୁ ଯେତେବେଳେ ବୋହୂମାନେ ଘରକୁ ଆସିଲେ ଭାରତୀଙ୍କ କପାଳ ଫାଟିଲା । ବୋହୂ ମାନଙ୍କ ଗାଳି ମାଡ଼ ଯେତେବେଳେ ସୀମା ଲଙ୍ଘିଲା, ଚଳିତ ଜାନୁୟାରୀ ପହିଲା ଦିନ ଭାରତୀ ଘରୁ ବାହାରି ଆସି ଜଣେ ପଡୋଶୀଙ୍କ ଘରେ ରହିଲେ । ପଡୋଶୀ ଜଣକ ଗାଡ଼ି କରି ଆଜି ଯେତେବଳେ ଭାରତୀଙ୍କୁ ତାଙ୍କ ଘରେ ଛାଡ଼ିଦେଲେ, ବଡ଼ ପୁଅ ବୋହୁ ପୁଣି ତାଙ୍କୁ ତଡି ଦେଲେ । ଘଟଣା ସମ୍ପର୍କରେ ଖବର ପାଇ ଶିରିଡ଼ି ସାଇ ଚାରିଟେବଲ ଟ୍ରଷ୍ଟର ସଦସ୍ୟ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ଆଶ୍ରମରେ ରଖିଛନ୍ତି । ସୋମବାର ସମାଜ ମଙ୍ଗଳ ଅଧିକାରୀଙ୍କ ପରାମର୍ଶ କ୍ରମେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଟ୍ରଷ୍ଟର ସଦସ୍ୟ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।
ସେବାଶ୍ରମରେ ରହିବାକୁ ନିଷ୍ପତ୍ତି ନେଲେ ଭାରତୀ !!!

