ଚିନ୍ମୟ ଫାଉଣ୍ଡେସନକୁ ସହାୟତାର ହାତ ବଢ଼ାଇଲେ ଯୁବ ସମାଜସେବୀ ପ୍ରୀତିସାଗର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କରୋନା ମହାମାରୀ ପରିପ୍ରେକ୍ଷୀରେ ଆଜକୁ ଦୀର୍ଘ ୬୭୨ଦିନ ଧରି ନିରବଚ୍ଛିନ୍ନ ଭାବରେ ଲୋକମାନଙ୍କର ସେବା କରି ଆସୁଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥ ଚିନ୍ମୟ ଫାଉଣ୍ଡେସନ । ମହାମାରୀ କରୋନା ଓ ଓମିକ୍ରନରୁ ଲୋକମାନଙ୍କୁ ସଚେତନ କରିବା ସହ ଗରିବ, ଅସହାୟ, ପାଗଳା/ପାଗିଳି, ଭିନ୍ନକ୍ଷମ ବ୍ୟକ୍ତି ଆଦିଙ୍କୁ ଖାଦ୍ୟ, ବସ୍ତ୍ର, ଆର୍ଥିକ ସହାୟତା ସହ ମାସ୍କ ,ସାବୁନ, ସାନିଟାଇଜର, ଓଆରଏସ, କମ୍ବଳ, ମଶାରୀ ଆଦି ଯୋଗାଉଥିବା ବେଳେ ଏହି ସେବାକାର୍ଯ୍ୟ ପାଇଁ ଅନୁଷ୍ଠାନକୁ ସହାୟତାର ହାତ ବଢ଼ାଇଛନ୍ତି ଯୁବ ସମାଜସେବୀ ତଥା ମଙ୍ଗଳପୁରସ୍ଥିତ ମା’ ଶାରଳା ବିବାହ ବଜାରର ପ୍ରୋପାଇଟର ପ୍ରୀତିସାଗର ସାହୁ । ଗରିବ ଓ ଅସହାୟଙ୍କ ସେବାପାଇଁ ନିଜ ଦୋକାନରୁ ସେ କିଛି ବସ୍ତ୍ର ଚିନ୍ମୟ ଫାଉଣ୍ଡେସନକୁ ପ୍ରଦାନ କରିଛନ୍ତି । ପ୍ରୀତିସାଗରଙ୍କର ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ତଥା ସାଧାରଣ ବର୍ଗରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *