ସାମ୍ବାଦିକଙ୍କ ପିତୃ ବିୟୋଗ ।।।

Spread the love

ବାଙ୍କୀ ( ଆୱାଜ ମିଡିଆ ) – ଅନନ୍ତ ରଣା : ବାଙ୍କୀ ଡମପଡା ଅଞ୍ଚଳର ଜଣାଶୁଣା ସାମାଜିକ କର୍ମୀ ତଥା ସାମ୍ବାଦିକ ସୁବ୍ରତ କୁମାର ନାୟକଙ୍କ ପିତୃ ବିୟୋଗ ଘଟିଛି । ଡମପଡା ବ୍ଲକ ଅନ୍ତର୍ଗତ ଅରପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋକୁଳାନନ୍ଦ ନାୟକଙ୍କ ୮୬ ବର୍ଷ ବୟସରେ ନିଜ ବାସଭବନରେ ପରୋଲୋକ ହୋଇଯାଇଛି । ସ୍ୱର୍ଗତ ନାୟକ ଜଣେ ଆଦର୍ଶ ଶିକ୍ଷକ ଭାବେ ଡମପଡା ଅଞ୍ଚଳରେ ପରିଚିତ ଥିଲେ । ଡମପଡା, ତାଳବସ୍ତ, ପଦନପୁର, ଦୁଲଣାପୁର ପ୍ରାଥମିକ ବିଦ୍ୟାଳୟରେ ଜଣେ ସୁଦକ୍ଷ ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟ ସମ୍ପାଦନ କରି ଅବସର ଗ୍ରହଣ କରିଥିଲେ । କିଛି ମାସ ହେବ ସେ ଅସୁସ୍ଥ ହୋଇ ଘରେ ଶଯ୍ୟାଶାୟୀ ଥିଲେ ॥ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ , ପୁତ୍ର ବଧୁ ଓ ଦୁଇ ଝିଅ ଉପସ୍ଥିତ ଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ କରାଯାଇଥିଲା । ସ୍ୱର୍ଗତ ନାୟକଙ୍କ ବଡ ପୁଅ ସୁଧାଂଶୁ ଶେଖର ନାୟକ ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *