ପଞ୍ଚାୟତ ଫାଇଟ : ନିର୍ବାଚନ ଲଢ଼ିବେ ଯୁବ ସମାଜସେବୀ ରାକେଶ ବେହେରା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରି ଏବେ ଆରମ୍ଭ କଲେଣି ଜୋରଦାର ପ୍ରସ୍ତୁତି . କଟକ ସଦର ବ୍ଲକ ଅନ୍ତର୍ଗତ ଆୟତପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଯୁବ ସମାଜସେବୀ ତଥା ଦକ୍ଷ ସଂଗଠକ ରାକେଶ ବେହେରା ତାଙ୍କ ସମର୍ଥକ, ଗୁରୁଜନ, ଶୁଭେଛୁ ମାନଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜନସାଧାରଣଙ୍କର ଶ୍ରୀଯୁକ୍ତ ବେହେରାଙ୍କ ପ୍ରତି ଆସ୍ଥା , ସ୍ନେହ, ଶ୍ରଦ୍ଧା ଓ ଲୋକପ୍ରିୟତାକୁ ପାଥେୟ କରି ସେ ନିର୍ବାଚନ ରଣାଙ୍ଗଣରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ଅଞ୍ଚଳର ବିକାଶ ତଥା ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଦୃଢ଼ ସଂକଳ୍ପ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *