ଚିନ୍ମୟ ଫାଉଣ୍ଡେସନର ୬୭୭ମ ଦିବସର କରୋନା ଓ ଓମିକ୍ରନ ସଚେତନତା ସହ ରିଲିଫ ପ୍ରଦାନ କାର୍ଯ୍ୟକ୍ରମ !!!

0
223

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ୱ ମହାମାରୀ କରୋନାର ମହା ପ୍ରଭାବ ସହ ଓମିକ୍ରନର ପ୍ରଭାବରେ ଥରହର ହେଉଛି । ଦୁସ୍ଥ, ଗରିବ,ଅସହାୟ ଲୋକଙ୍କର ଅବସ୍ଥା ଦିନକୁ ଦିନ ସଙ୍କଟାପନ୍ନ ହେବାରେ ଲାଗିଛି । ଅସହାୟକୁ ସହାୟ, ଭୋକିଲାର ପେଟକୁ ଦାନା ଓ ଦୁସ୍ଥ ଦରିଦ୍ରର ମୁହଁରେ ହସ ଫୁଟାଇବାର ଲକ୍ଷ ନେଇ ଆଜକୁ ଦୀର୍ଘ ୬୭୭ ଦିନ ଧରି ଲୋକମାନଙ୍କ ସାଥିରେ ରହି ଆସିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ।

ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଦିନ ସଂଖ୍ୟା ୬୭୬ ଓ ୬୭୭ତମ ଦିବସ ପର୍ଯ୍ୟନ୍ତ ଦୁଇଦିନ ଧରି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ବିଭିନ୍ନ ଛକ ବଜାର, ବସଷ୍ଟାଣ୍ଡ, ବସ୍ତି ,ରାସ୍ତାକଡ଼ ଆଦିରେ ଜୀବନ କାଟୁଥିବା ଦୁଃଖୀ, ଦରିଦ୍ର, ଗରିବ, ଅସହାୟ, ବୁଭୁକ୍ଷୁ, ପାଗଳା/ପାଗିଳି, ଶାରୀରିକ ଭିନ୍ନକ୍ଷମ ଆଦିଙ୍କୁ ଫାଉଣ୍ଡେସନ ସହାୟତାର ହାତ ବଢାଉ ଥିବାର ଦେଖିବାକୁ ମିଳିଛି ।

ଅନୁଷ୍ଠାନର କର୍ମକର୍ତ୍ତା ତଥା ସ୍ୱେଚ୍ଛାସେବୀ ମାନେ ଲୋକମାନଙ୍କୁ ବିଭିନ୍ନ ପ୍ଲାକାର୍ଡ, ପଥପ୍ରାନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାମାରୀ କରୋନା ଓ ଓମିକ୍ରନ ସମ୍ପର୍କରେ ସଚେତନ କରିବା ସହ ମାକ୍ସ, ସାବୁନ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବସ, ଶୀତ ବସ୍ତ୍ର, କମ୍ବଳ, ମଶାରୀ, ରନ୍ଧା ଓ ଶୁଖିଲା ଖାଦ୍ୟ ସହ ଆର୍ଥିକ ସହାୟତା ଯୋଗାଉଛନ୍ତି । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସମେତ ସଚେତନତା କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ଶ୍ରୀମତୀ ବୀଣାପାଣି ଦାସ, ମିନାକ୍ଷୀ ଦାସ, ପ୍ରମିଳା ଦାସ, ସୁଶ୍ରୀ ମୋନାଲି ଦାସ ଆଦି ସମ୍ପାଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here