ବର୍ଷା ଧୋଇଦେଲା ନିର୍ମାଣାଧୀନ ପିଚୁ ରାସ୍ତା କାମ : ବୋଝ ଉପରେ ନଳିତା ବିଡା !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡ଼ା ସହରର ବ୍ୟାଙ୍କ୍ କଲୋନୀ ରାସ୍ତା କାମ ଗତ କିଛି ଦିନ ତଳେ ସରିବାର ଦୁଇ ଦିନ ପରେ କ୍ରମାଗତ ବର୍ଷା ଲାଗି ରହିଥିଲା , ଫଳରେ ନୂତନ ନିର୍ମିତ ରାସ୍ତା ରେ ଅନେକ ସ୍ଥାନରେ ପିଚୁ ଉଠି ଯାଇଥିଲା । ଏହାର ଦୃଶ୍ୟ କିଛି ଗଣମାଧ୍ୟମ ପ୍ରତିନିଧି ଙ୍କ ଦୃଷ୍ଟିରେ ପଡିବା ପରେ ଏହି କାମ ନେଇ ବିଭାଗୀୟ ଯନ୍ତ୍ରି ଓ ଜିଲ୍ଳା ପ୍ରଶାସନ ର ଦୃଷ୍ଟି ଆକର୍ଷଣ ପରେ ବିଭାଗୀୟ ଯନ୍ତ୍ରୀ ସେହି ରାସ୍ତା କୁ ପୁନଃ ମରାମତି କରିଥିବା ଦେଖିବକୁ ମିଳିଛି । ଏହି ରାସ୍ତା କାମ ପୂର୍ବରୁ ବି ଠିକ ସେ ହୋଇଥିଲା କିନ୍ତୁ ଲଗାତାର ବର୍ଷା ଯୋଗୁଁ ବାଧକ ସାଜିଲା , ଗୋଟିଏ ଥର ହୋଇଥିବା କାର୍ଯ୍ୟ କୁ ପୁନର୍ବାର କରିବା ଠିକାଦାରଙ୍କ ପାଇଁ ବାଧକ ସାଜିଥିବା ଠିକାଦାର ପ୍ରକାଶ କରିଥିଲେ । ଗୋଟିଏ କାମକୁ ଦୁଇ ଥର କରିବା ଠିକାଦାରଙ୍କ କେତେ କଷ୍ଟ ତାହା ଠିକାଦାର ହିଁ ଜାଣିବ । ଏଭଳି ପୁନଃବାର ନିର୍ମାଣ ରାୟଗଡା ପୌରପାଳିକା ରେ କ୍ଵଚିତ ଦେଖିବାକୁ ମିଳୁଛି। ପୌରପାଳିକା ଯନ୍ତ୍ରି ,ଅଧିକାରୀ ଓ ଠିକାଦାର ଙ୍କ କାର୍ଯ୍ୟ ଦକ୍ଷତାକୁ ବିଭିନ୍ନ ମହଲରୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *