କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ମଣିଷ ନିଜର ସାଧନା, ମହତ୍ କର୍ମ ପୁଣି ଦେଶ ଜାତି ପାଇଁ କର୍ତ୍ତବ୍ୟକୁ ନେଇ ବଡ଼ ହୁଏ . ପୁଣି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟେ । ଏହି ମାନବୀୟ ଚେତନାରେ ସମର୍ପିତ ପ୍ରାଣ ଅନେକ ସାଧକଙ୍କ ମଧ୍ୟରୁ ପିତା ଶିକ୍ଷାବିତ ସ୍ୱର୍ଗତ ପଦ୍ମନାଭ ଦଳାଇ, ମାତା ଧର୍ମପ୍ରାଣା ନିଲୁ ଦଳାଇଙ୍କ କୋଳ ମଣ୍ଡନ କରି ଜନ୍ମ ଗ୍ରହଣ କରନ୍ତି ସାରସ୍ଵତ ସାଧକ ତଥା ସମାଜ ସଂସ୍କାରକ ତ୍ରିଲୋଚନ ଦଳାଇ । ସମାଜସେବୀ ତ୍ରିଲୋଚନଙ୍କ ଜନ୍ମ ୧୯୭୪ ମସିହାରେ କୂଳସରିଚୁଆଁ ,୪୨ ମୌଜା କଟକ ସଦର ବ୍ଲକରେ । ଜୀବନରେ ସେବାକୁ ବ୍ରତ କରି ପିଲାଟି ଦିନରୁ ସେବା ପ୍ରତି ଆନ୍ତରିକତା, ଗାଁ ମାଟିକୁ ଭଲପାଇବା, ଶିକ୍ଷାର ବିକାଶ ଆଦି ବହୁବିଧ ମାନବୀୟ କାର୍ଯ୍ୟରେ ସେ ସାଧନାରତ । ଜଣେ ସଫଳ ଶିକ୍ଷାବିତ ଭାବେ ନିଜ ଅଞ୍ଚଳର ଶିକ୍ଷାର ବିକାଶର ଧାରାକୁ ସୁଦୂର ପ୍ରସାରୀ କରିବା ଲକ୍ଷ୍ୟରେ ଦୀର୍ଘ ଦିନ ଧରି କୋମଳମତି ପିଲା ମାନଙ୍କୁ ଶିକ୍ଷାଦାନ କରି ସମସ୍ତଙ୍କ ହୃଦୟରେ ଗୁରୁବର ପୂଜ୍ୟ ତ୍ରିଲୋଚନ ଗୁରୁଜୀ ଭାବେ ସ୍ଵତନ୍ତ୍ର ମାନ୍ୟତା ଲାଭ କରିଛନ୍ତି । ନିଜ ଅଞ୍ଚଳର ବିକାଶ, ଗ୍ରାମାଞ୍ଚଳ ପାଠାଗାର ଆନ୍ଦୋଳନକୁ ତ୍ଵରାନିତ କରିବା, ପ୍ରତିଭା ପୂଜା ଆଦି ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମ, ରୋଗୀସେବା, ରାଜନୀତି କ୍ଷେତ୍ରରେ ଗବେଷଣା ସହ ଲୋକପ୍ରିୟତା, କରୋନା ଯୋଦ୍ଧା ଭାବେ ମହାମାରୀ ସମୟରେ ସେବାକାର୍ଯ୍ୟ, କଳା ସାହିତ୍ୟ ଓ ସଂସ୍କୃତିର ବିକାଶର ଧାରାକୁ ବଜାଇ ରଖିବାରେ ସିଦ୍ଧହସ୍ତ । ଛାତ୍ର ଜୀବନରୁ ଏହି ମହନୀୟ ଭାବଧାରାକୁ ଆପଣାଇ ଥିବା ବ୍ୟକ୍ତିତ୍ଵ ତ୍ରିଲୋଚନ ନିଜର ସାଧନାର ସିକୃତୀ ସ୍ୱରୂପ ବହୁ ସଂଗଠନ ଦ୍ଵାରା ସମ୍ବର୍ଦ୍ଧିତ ଆଉ ଯୁବପୀଢ଼ି ମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ଏହି ମାନବପ୍ରେମୀ ତଥା ସାହିତ୍ୟ ସାଧକ ତ୍ରିଲୋଚନ ଦଳାଇଙ୍କ ଚଲାପଥ କୁସୁମିତ ହେଉ, ପ୍ରତିଟି ହେଉ ସଫଳ ସମାଲବ୍ଧ ଏତିକି ପ୍ରାର୍ଥନା ।
ଶିକ୍ଷା ମାଧ୍ୟମରେ ବିକାଶର ବାର୍ତ୍ତାବହ – ତ୍ରିଲୋଚନ ଗୁରୁଜୀ !!!

