ନୂଆଗାଁ ( ଆୱାଜ ମିଡିଆ ) – ବ୍ୟୁରୋ ରିପୋର୍ଟ : ମିଳିତ ନାରୀ ଶକ୍ତି କୁ ଦେଖି ଚମକି ଗଲା ବ୍ଲକ ପ୍ରଶାସନ, ବନ୍ଧା ହେଲେ ସ୍ୱୟଂସହାୟକ ଗୋଷ୍ଠୀ ର ବ୍ଲକ କୋଡ଼ିନେଟର || ପ୍ରଶାସନ ର ଅବହେଳା ଯୋଗୁଁ ସ୍ୱୟଂସହାୟକ ଗୋଷ୍ଠୀ ର ମାଆ ମାନଙ୍କର ୨ ଲକ୍ଷ ୫0 ହଜାର ଟଙ୍କା ର ହଡପ ହୋଇଥିବା ଅଭିଯୋଗ | ସୂଚନା ଥାଉ କି ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁଆଁବାରି ଗ୍ରାମପଞ୍ଚାୟତ ରେ || ପଂଚାୟତ ସ୍ତରୀୟ ମହାସଂଘ ପାଇଁ. ୮୪ ଟି ମହିଳା ସ୍ୱୟଂସହାୟକ ସଙ୍ଘ କୁ ନେଇ ପଂଚାୟତ ସ୍ତରୀୟ ମହାସଂଘ ଗଠିତ କରାଯାଇ ବ୍ୟାଙ୍କ ରେ ୪ ଆକାଉଣ୍ଟ ଖୋଲିବା ସହ ଟଙ୍କା ନେଣ ଦେଣକରାଯିବା ସହ ଲୋନ ମଧ୍ୟ୍ୟ ସ୍ୱୟଂସହାୟକ ଗୋଷ୍ଠୀ ର ମାଆ ମାନେ ଆଣି ସୁଚାରୁ ରୂପେ ପୈଠ କରୁଥିବା ବେଳେ ନୂଆଗାଁ ବ୍ଲକ ପ୍ରଶାସନ ସ୍ୱୟଂସହାୟକ ମହାସଂଘ ର ପ୍ରତେକ ଆକାଉଣ୍ଟ କୁ ବନ୍ଦ କରି ସବୁ ଟଙ୍କା କୁ ହଡପ କରିଦେଇଥିବା ଅଭିଯୋଗ ହେଉଛି || ଟିକେ ଭଲ ଭାବରେ ନଜର ପକାନ୍ତୁ ଏ ମାଆ ମାନେ କହୁଛନ୍ତି || ମାଆ ମାନଙ୍କ କହିବା କଥା ଏଠି. ନୂଆଗାଁ ବିଡିଓ ସବୁ ଟଙ୍କା କୁ ଖାଇ ପ୍ରହସନ କରିବା ସହ ସବୁ ବ୍ୟାଙ୍କ ଆକାଉଣ୍ଟ କୁ ବନ୍ଦ କରିଦେଇଛନ୍ତି || ଯାହାର ପ୍ରତିବାଦ ରେ ଆମେ ନୂଆଗାଁ ବ୍ଲକ ସ୍ୱୟଂସହାୟକ ଗୋଷ୍ଠୀ ର ବ୍ଲକ କୋଡ଼ିନେଟର ଚିରଞ୍ଜିବି ସେଠି କୁ ବାନ୍ଧିଛୁ ||

ଏ ବିଷୟରେ କିଛି ସମୟ ପରେ ଖବର ପାଇ ବାହାଡାଝୋଲା ପୋଲିସ ଘଟଣା ସ୍ଥଳରେ ପହଂଚି ବା ସହ ଉତ୍ୟକ୍ତ ମାଆ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ୍ୟ ସ୍ୱୟଂସହାୟକ ଗୋଷ୍ଠୀ ର ସଦସ୍ୟ| ମାନେ ସମସ୍ତେ ନୂଆଗାଁ ବ୍ଲକ ବିଡ଼ିଓ କୁ ଏଠାକୁ ଆସିବାକୁ ଦାବି କରିଥିଲେ || ପରବର୍ତୀ ସମୟରେ ନୂଆଗାଁ ବ୍ଲକ ବିଡ଼ିଓ ପ୍ରମୋଦ କୁମାର ନାୟକ ଫୋନ ଯୋଗେ ଯୋଗାଯୋଗ କରି ମାଆ ମାନଙ୍କୁ ବୁଝାସୁଝା କରିବା ପରେ ଉତେଜନା ହ୍ରାସ ପାଇ ବ୍ଲକ କୋଡ଼ିନେଟର ଚିରଞ୍ଜିବି ସେଠି କୁ ଛାଡି ଥିଲେ || ଏଠି ନୂଆଗାଁ ବ୍ଲକ ପ୍ରଶାସନ କୁ ଗୋଟିଏ ପ୍ରଶ୍ନ କଣ? ପାଇଁ ପଂଚାୟତ ସ୍ତରୀୟ ମହାସଂଘ ର ଚାରୋଟି ଆକାଉଣ୍ଟ ବନ୍ଦ କରାଗଲା ଯଦି ବନ୍ଦ କରାଯାଇଛି ଅଭିଯୋଗ ହୋଇଥିବା ଅଢେଇ ଲକ୍ଷ ଟଙ୍କା କୁଆଡେ ଗଲା || ଏ ଟଙ୍କା ହଡପ ପଛରେ କାହାର ହାତ ଅଛି, କିଛି ପ୍ରଭାବଶାଳୀ କୁଜି ନେତା ଙ୍କ ହାତ ଅଛି କି? || କେବେ ହେବ ତଦନ୍ତ କେବେ ହେବ କାର୍ଯ୍ୟାନୁଷ୍ଠାନ || ନା ଦୃନୀତି କୁ ଛପାଇ ପ୍ରହସନ କରିବାକୁ ଷଡଯନ୍ତ୍ର କରୁଛି ନୂଆଗାଁ ବ୍ଲକ ପ୍ରଶାସନ ତାହା ଦେଖିବାକୁ ଅପେକ୍ଷା || ଏପଟେ ନାରୀ ଶକ୍ତି ଦେଇଛି ଚେତାବନୀ , ଯଦି ଆମର ଅଢେଇ ଲକ୍ଷ ଟଙ୍କା ର ହିସାବ ନ ଦିଅନ୍ତି ତେବେ ନୂଆଗାଁ ବ୍ଲକ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ||

