ଦକ୍ଷ ସଂଗଠକ ଯୁବ ଚେତନାର ପ୍ରତୀକ : ସମାଜସେବୀ ନାରାୟଣ ଭୋଇ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସମାଜ ସେବା ବା ଶୋଭାନୀୟ ଚିନ୍ତା ଚେତନା, ଦେଶ ଗଠନ କଥା ଭାବିଲେ ମନରେ ସ୍ୱତଃ ଜାଗ୍ରତ ହୁଏ ପୂଜ୍ୟପାଦ ଉତ୍କଳର ମଣି ଗୋପବନ୍ଧୁ ଦାସଙ୍କ ମହତ୍ ବାଣୀ “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶ ବାସୀ ଚାଲି ଯଆନ୍ତୁ ପିଠିରେ । ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼, ପୁରୁ ତହିଁ ପଡ଼ି ମୋର ମାଂସ ହାଡ ” ମନେପଡେ ଆଉ ମଣିଷ ସେବାରେ ବ୍ରତୀ ହୁ୍ଏ । ଏହି ମାନବୀୟ ଚେତନାରେ ସମର୍ପିତ ପ୍ରାଣ ଅନେକ ସାଧକଙ୍କ ମଧ୍ୟରୁ ପିତା କର୍ମଜୀବି ସ୍ଵର୍ଗତ ଭଗବାନ ଭୋଇ,ମାତା ଧର୍ମପ୍ରାଣା ସ୍ୱର୍ଗତା ସୁମା ଭୋଇଙ୍କ ସୁପୁତ୍ର ସାରସ୍ଵତ ସାଧକ ଯୁବ ସମାଜସେବୀ ନାରାୟଣ ଭୋଇ ଅନ୍ୟତମ । ସମାଜ ସଂସ୍କାରକ ନାରାୟଣଙ୍କ ଜନ୍ମ ୧୯୬୮ ମସିହା ବରାଳ, ୪୨ ମୌଜା, କଟକ ସଦର ବ୍ଲକରେ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ଦିନରୁ ସେବା ପ୍ରତି ଆନ୍ତରିକତା , ଗାଁ ମାଟିକୁ ଭଲପାଇବା ଏହିପରି ଅନନ୍ୟ ସେବାରେ ବଡ଼ ପୁରୁଷ ମାନଙ୍କର ଆଦର୍ଶରେ ଅନୁପ୍ରାଣିତ । ନିଜ ଅଞ୍ଚଳର ବିକାଶ, ଗ୍ରାମାଞ୍ଚଳ ପାଠାଗାର ଆନ୍ଦୋଳନକୁ ତ୍ଵରାନିତ କରିବା, ପୂଜ୍ୟପୂଜା, ଶିଶୁ ପ୍ରତିଭାର ବିକାଶ ଦିଗରେ ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମ, ରକ୍ତଦାନ ସେବା, ରୋଗୀ ସେବା, କଳା ସାହିତ୍ୟ ଓ ସଂସ୍କୃତିର ବିକାଶର ଧାରାକୁ ବଜାଇ ରଖିବାରେ ସେ ସଦା ସର୍ବଦା ନିମଗ୍ନ ଓ ସମର୍ପିତ ପ୍ରାଣ । ଛାତ୍ର ଜୀବନରୁ ଏହି ମହନୀୟ ଭାବଧାରାକୁ ଆପଣାଇ ଥିବା ବ୍ୟକ୍ତିତ୍ଵ ପ୍ରଦୀପ୍ତ ନିଜର ସାଧନାର ସିକୃତୀ ସ୍ୱରୂପ ବହୁ ସଂଗଠନ ଦ୍ଵାରା ସମ୍ବର୍ଦ୍ଧିତ ଆଉ ଯୁବପୀଢ଼ି ମାନଙ୍କ ପାଇଁ ପ୍ରେରଣାର ଉତ୍ସ,ସୂଚନାଯୋଗ୍ୟ ସେ ଦୀର୍ଘ ଦିନ ଧରି “ନେତାଜୀ ସୁବାଷ ସ୍ମୃତି ପରିଷଦ” ନାମକ ଏକ ସାଂସ୍କୃତିକ ସଂଗଠନ ଗଠନ କରି ସେବାକାର୍ଯ୍ୟ କରି ଆସୁଛନ୍ତି । ଏହି ଉଦାରପ୍ରାଣ ତଥା ସମାଜ ସଂସ୍କାରକ ଯୁବ ସୁଲଭ ପ୍ରତିଭା ନାରାୟଣଙ୍କ ଚଲାପଥ କୁସୁମିତ ହେଉ, ପ୍ରତିଟି ସ୍ୱପ୍ନ ସଫଳ ହେଉ ଏତିକି ପ୍ରାର୍ଥନା ।

Leave a Reply

Your email address will not be published. Required fields are marked *