କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଅନ୍ତର୍ଗତ ଝାରକଟା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ପ୍ରିୟରଞ୍ଜନ ଖଟୁଆ . ନାମାଙ୍କନ ପତ୍ର ଦାଖଲ ପରେ ଏବେ ଜନ ସମର୍ଥନ ଜୁଟାଇବାରେ ଲାଗିଛନ୍ତି ସରପଞ୍ଚ ପ୍ରାର୍ଥୀ ପ୍ରିୟରଞ୍ଜନ ଖଟୁଆ . ନିଜ ପଞ୍ଚାୟତରେ ପ୍ରଚାର ଅଭିଯାନ ଚଳାଇଛନ୍ତି ଯାହାଙ୍କର ଚିହ୍ନ ମାଛ ରହିଛି । ପ୍ରିୟରଞ୍ଜନ ଙ୍କ ବିଚାରଧାରା ସମସ୍ତଙ୍କର ଗ୍ରହଣୀୟ ହେବା ସହ ତାଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଛି ଏବଂ ସାଧାରଣ ଜନତାଙ୍କ ସେ ଆସ୍ଥା ଭାଜନ ପାଲଟିଛନ୍ତି । ସୂଚନାଯୋଗ୍ୟ ପ୍ରିୟରଞ୍ଜନ ଖଟୁଆ ଜଣେ ଶିକ୍ଷାବିତ୍, ଯୁବ ସମାଜସେବୀ, ଦକ୍ଷ ସଂଗଠକ, ପରିବେଶବିତ୍, ମିଷ୍ଟଭାଷୀ ଏବଂ ଦରଦୀ ମଣିଷ ଭାବେ ସମଗ୍ର ଅଞ୍ଚଳରେ ସୁପରିଚିତ ଅଟନ୍ତି ।
ଜନ ସମର୍ଥନ ଜୁଟାଇବାରେ ଲାଗିଛନ୍ତି ଝାରକଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ପ୍ରିୟରଞ୍ଜନ ଖଟୁଆ !!!

