ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶନି ମନ୍ଦିର ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମନ୍ଦିର ନିକଟସ୍ଥ ପାଣି ଟାଙ୍କି ନିକଟରେ ଥିବା ଖୋଲା ପଡିଆରେ କୌଣସି ଏକ ବ୍ୟକ୍ତିଙ୍କ ମୃତ ଦେହ ପୋତା ଯାଇଥିବାର ଗୁଜବ ସୃଷ୍ଟି ହୋଇଛି । ବର୍ତ୍ତମାନ ଘଟଣାସ୍ଥଳରେ ଶହ ଶହ ଜନସାଧାରଣ ରୁଣ୍ଡ ହୋଇଛନ୍ତି । ଗତକାଲି ରାତିରେ ଜେସିବି ମେସିନ ଦ୍ୱାରା ଏହି ମୃତଦେହଟିକୁ ପୋତା ଯାଇଥିବା କୁହାଯାଉଛି । ତେବେ କିଏ ସେଠାରେ ଶବ ପୋତିଲା ଏବଂ କଣ ପାଇଁ ପୋତିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କିନ୍ତୁ ମାଟି ପୋତା ଯାଇଥିବା ସ୍ଥାନକୁ ଖୋଳିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ସେପଟେ ବାଲେଡିହ ଗ୍ରାମବାସୀ ମାନେ ଉକ୍ତ ଘଟଣାକୁ ତୀବ୍ର ବିରୋଧ କରିବା ସହ ଏହାର ଯଥାଶୀଘ୍ର ତଦନ୍ତ ଦାବିରେ ବର୍ତ୍ତମାନ ରାସ୍ତା ଅବରୋଧ କରିଥିବାର ଦେଖାଯାଇଛି । ତେବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ବର୍ତ୍ତମାନ ଏହି ଘଟଣାକୁ ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି ।