ସମଲ ଗ୍ରାମ ପଞ୍ଚାୟତରେ ତିନି ଦଳ ସମର୍ଥିତ ପ୍ରାର୍ଥୀଙ୍କର ପ୍ରଚାର ଜୋରଦାର !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ସମଲ ଗ୍ରାମ ପଞ୍ଚାୟତରେ ଏଥର ପଞ୍ଚାୟତ ନିର୍ବାଚନ ରେ ତିନି ଦଳର ସମର୍ଥିତ ପ୍ରାର୍ଥୀ ମାନଙ୍କ ସହିତ ସ୍ୱାଧୀନ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ଆସନ୍ତା ୧୮ ତାରିଖରେ ହେବାକୁ ଯାଉଛି । ୩୦୫୫ ଭୋଟରକୁ ନେଇ ୧୩ ୱାର୍ଡ ବିଶିଷ୍ଟ ସମଲ ଗ୍ରାମ ପଞ୍ଚାୟତରେ ସମଲ ଗ୍ରାମ ସହିତ ବିକିସର, ବିଲିଣ୍ଡା, ଟିପୋ, କେଶବପୁର ଓ ସମଲବ୍ୟାରେଜ ଟାଉନ୍ ସିପ୍ ଅଛି । ଏଥର ସରପଞ୍ଚ ଓ ସମିତିସଭ୍ୟ ପଦଟି ଯଥାକ୍ରମେ ଅନୁସୂଚିତ ଜାତି ଓ ଅଣସଂରକ୍ଷିତ ହୋଇଛି । ସରପଞ୍ଚ ପଦବୀ ପାଇଁ କୃଷ୍ଣଚନ୍ଦ୍ର ନାଏକ, ଜିତେନ୍ଦ୍ର ବେହେରା, ଟିକନ ସେଠୀ, ଦିନେଶ ବେହେରା ଏବଂ ଦେବାନନ୍ଦ ବେହେରା ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିପରି ସମିତି ସଭ୍ୟ ପ୍ରାର୍ଥୀ ଭାବେ ଯୁବ ସମାଜସେବୀ ଅଶ୍ୱିନୀ କୁମାର ଦେବତା, ବିଲିଣ୍ଡା ଗ୍ରାମର ସୁଶାନ୍ତ କୁମାର ବେହେରା ଓ ରାମକୃଷ୍ଣ ପ୍ରଧାନ ଏବଂ ସମଲ ଗ୍ରାମର ନୟନୀ ପ୍ରଧାନ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ।

 

ସାଧାରଣ ଜନତା ବିବାଦୀୟ ନେତାଙ୍କୁ ଗାଳି କରୁଥିବାର ଦେଖାଯାଉଛି । ସମାଜସେବୀ ଅଶ୍ଵିନି ଙ୍କ ଉପରେ ଲୋକମାନେ ଏଥର ଭରସା କରିଛନ୍ତି । କାରଣ ସେ ସଦାସର୍ବଦା ଜନସାଧାରଣଙ୍କ ସେବାରେ ସମର୍ପିତ ଥାଆନ୍ତି । ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଅଡ଼ୁଆ ସ୍ଥିତି ଉପୁଜାଇ ପାରନ୍ତି ସମାଜସେବୀ ଅଶ୍ଵିନୀ । ତଥାପି ଦଳୀୟ ସମର୍ଥିତ ପ୍ରାର୍ଥୀମାନେ ରାତିଅଧିଆ ଭୋଜିଭାତ ଓ ଟଙ୍କା ଦେବା ନେବାର ଭିତିରି କାମ ସବୁ କରୁଛନ୍ତି । ତଥାପି ସବୁ ହିସାବ ନିକାଶର ମୋହର ଜନତା ଜନାର୍ଦ୍ଦନ ଚଳିତ ଫେବୃଆରୀ ୧୮ ତାରିଖରେ ମତଦାନ ସାବ୍ୟସ୍ତ କଲା ପରେ ଜଣାପଡ଼ିବ । ଦେଖିବାକୁ ବାକି ରହିଲା କାହାକୁ ଲୋକ ଗ୍ରହଣ କରୁଛନ୍ତି ଏବଂ କାହାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ।

Leave a Reply

Your email address will not be published. Required fields are marked *