ହୃଦଘାତରେ ଶିକ୍ଷକଙ୍କ ପରଲୋକ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ରଜାମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ନାୟକଙ୍କ ମଙ୍ଗଳବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା । ଚଳିତ ପଞ୍ଚାୟତ ନିର୍ବାଚନରେ ବନରପାଳ ବ୍ଲକରେ ପ୍ରିଜାଇଡିଂ ଅଫିସର ରୂପେ ଯୋଗଦେବା ପାଇଁ ଘରୁ ବାହାରୁଥିବା ବେଳେ ଶୁଭେନ୍ଦୁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ କିଶୋରନଗର ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରୀ ନାୟକଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

 

Leave a Reply

Your email address will not be published. Required fields are marked *