କେରାଣ୍ଡି ପଞ୍ଚାୟତର ସରପଞ୍ଚ ପାର୍ଥି ଗୋୖରାଙ୍ଗ ପ୍ରଧାନଙ୍କ ପ୍ରଚାର ଜୋର ଧରିଛି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ସରପଞ୍ଚ ପାର୍ଥି ଗୋୖରାଙ୍ଗ ପ୍ରଧାନ ପଞ୍ଚାୟତରେ ମାରାଥନ ପ୍ରଚାର ଜାରି ରଖିଥିବା ସମୟରେ ବଢ଼ିବାରେ ଲାଗିଛି ଜନ ସମର୍ଥନ । ସରପଞ୍ଚ ପ୍ରାର୍ଥୀ ଗୋୖରାଙ୍ଗ ପ୍ରଧାନ ନିଜ ସମର୍ଥକ ଙ୍କ ସହ ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ଘରକୁ ଘର ବୁଲି ନିଜର ଚିହ୍ନ ସହ ଭୋଟ ସକାଶେ ଭୋଟର ମାନଙ୍କୁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି । ଭୋଟର ମାନଙ୍କ ସମର୍ଥନ ମଧ୍ୟ ତାଙ୍କ ପ୍ରତି ରହିଥିବାର ଦେଖିବାକୁ ମିଳିଛି । ତାଙ୍କୁ ସମର୍ଥନ ରହିଥିବା ରୁ ସରପଞ୍ଚ ପଦବୀ ଜିତିବା ସକାଶେ ଆଶାବାଦୀ ଅଛନ୍ତି । ଦେଖା ଯାଉ ସମୟ ହିଁ କହିବ କେରାଣ୍ଡି ପଞ୍ଚାୟତ ର ସରପଞ୍ଚ ପଦବୀ କିଏ ହାତେଇବ ।

Leave a Reply

Your email address will not be published. Required fields are marked *