ସୁକିନ୍ଦା ରାଜପଥରେ ବାଇକ କାର ମୁଁହାମୁହିଁ ଧକ୍କା : ଜଣେ ମୃତ, ଆହତ ବାଇକ ଆରୋହୀ କଟକ ସ୍ଥାନାନ୍ତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦାଗଡ଼ ମୁଖ୍ୟ ରାଜପଥରେ ଏକ କାର ଏବଂ ବାଇକ ମୁହାମୁହିଁ ଦୁର୍ଘଟଣା ହେବା ଫଳରେ ବନ୍ଧଗାଁ ମାଣତିରା ଗ୍ରାମର ବାଇକ ଆରୋହୀ କ୍ଷୀରୋଦ କୁମାର ପାତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ରମେଶ କୁମାର ପାତ୍ର ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ ଟମକା ଥାନା ଅନ୍ତର୍ଗତ ତରାଇଲୋ ଗ୍ରାମର ସରୋଜ ମୋହନ ସାହୁ ବ୍ୟକ୍ତିଗତ କାର୍ଯ୍ୟରେ ନିଜ କାର ଯୋଗେ କାଳିଆପାଣି ଆସି ନିଜ ଘରକୁ ଫେରୁଥିବା ବେଳେ ବନ୍ଧଗାଁ ମାଣତିରା ପାତ୍ର ସାହିର ବାସିନ୍ଦା କ୍ଷୀରୋଦ ପାତ୍ର ଓ ରମେଶ ପାତ୍ର ବାଇକ ଯୋଗେ ଡୁବୁରି ରୁ ନିଜ ବାସଭବନକୁ ଫେରୁଥିବା ସମୟରେ ସୁକିନ୍ଦାଗଡ଼ ପାଖ ମୁଖ୍ୟ ରାଜପଥରେ ସରୋଜ ମୋହନ ସାହୁଙ୍କ କାର ସହ କ୍ଷୀରୋଦ ପାତ୍ର ଓ ରମେଶ ପାତ୍ରଙ୍କ ବାଇକ ମୁହାମୁହିଁ ଦୁର୍ଘଟଣା ଘଟିଥିଲା . ଘଟଣାସ୍ଥଳରେ ବନ୍ଧଗାଁ ମାଣତିରା ପାତ୍ର ସାହିର କ୍ଷୀରୋଦ ପାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ରମେଶ ପାତ୍ର ଗୁରୁତର ଆହତ ହୋଇଥିଲେ . ପ୍ରଥମେ ଆହତ ରମେଶ ପାତ୍ରଙ୍କୁ ଗୁରୁତର ଅବସ୍ଥାରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯଇ ଚିକିତ୍ସା କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି . ସୁକିନ୍ଦା ପୋଲିସ ଦୁର୍ଘଟଣାଗ୍ରସ୍ତ କାର ଡ଼୍ରାଇଭର ସରୋଜ ମୋହନ ସାହୁଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *