ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ,ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି : ବାଲିଗୁଡାରେ ୮୧.୦୨ ପ୍ରତିଶତ ମତଦାନ

0
218

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜ଼ିଲ୍ଲା ରେ ପ୍ରଥମ ପର୍ଯାୟ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି l ପ୍ରଥମ ପର୍ଯ୍ୟାୟରେ ପ୍ରଥମେ ବାଲିଗୁଡା ଓ କ.ନୂଆଗାଁ ବ୍ଳକ ରେ ଭୋଟ ଗ୍ରହଣ ଶେଷ ହୋଇଛି l ବାଲିଗୁଡାରେ ୮୧.୦୨ ପ୍ରତିଶତ ମତଦାନ ହୋଇଥିବା ବେଳେ କ. ନୂଆଗାଁରେ ୭୧.୬୬ ପ୍ରତିଶତ ହୋଇଥିବା ଜଣାପଡିଛି l ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ବୁଧବାର ସକାଳ ୭ ରୁ ଅପରାହ୍ନ ୧ଘଣ୍ଟ ପର୍ଯ୍ୟନ୍ତ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା l ତେବେ ପ୍ରବଳ ଥଣ୍ଡା ଯୋଗୁଁ ୮ଟା ଯାଏ ଅନେକ ବୁଥ ମାନ୍ଦା ରହିଥିବା ବେଳେ ଆଠଟା ପରେ ଧୀରେଧୀରେ ଭୋଟର ଙ୍କ ଭିଡ ଦେଖିବାକୁ ମିଳିଥିଲା l ବାଲିଗୁଡ଼ା ଓ କ.ନୂଆଗାଁ ବ୍ଳକର ୩ଟି ଜିଲା ପରିଷଦ ଜୋନ ଓ ୨୮ଟି ସରପଞ୍ଚ ଓ ୨୮ ଟି ସମିତି ସଭ୍ୟ ପଦବୀ ପାଇଁ ଆଜି ଭୋଟ ହୋଇଥିଲା ।ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।ଶାନ୍ତି ଶୃଙ୍ଖଳା ର ସହ ଭୋଟ ଗ୍ରହଣ ହୋଇଥିଲା l ଏହି ଦୁଇ ବ୍ଲକ୍ ପାଇଁ ୨୧୬୦ଜଣ କର୍ମଚାରୀ ନିୟୋଜିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ଏହି ଦୁଇ ବ୍ଲକରେ ଯେପରି ମୁକ୍ତ, ଅବାଧ ଓ ନିରପେକ୍ଷ ଭୋଟ ଗ୍ରହଣ ହେଵ ସେଥି ପ୍ରତି ବାଲିଗୁଡ଼ା ବିଡିଓ ଜଗଦୀଶ ଷଡ଼ଙ୍ଗୀ ଓ କ.ନୂଆଗାଁ ବିଡିଓ ଶରତ ଚନ୍ଦ୍ର ପାତ୍ର ଉପସ୍ଥିତ ରହି ସତର୍କ ନଜର ରଖିଥିଲେ ।ସେହିପରି ଏହି ୨ ବ୍ଳକରେ ମହିଳାମାନଙ୍କ ପାଇଁ ଦୁଇଟି ଲେଖାଏ ୪ଟି ପିଙ୍କ ବୁଥ ମଧ୍ୟ କରାଯାଇଥିଲା । ଏଥିରେ ସମସ୍ତ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହି ଦୁଇ ବ୍ଲକରେ ନିୟୋଜିତ ହୋଇଥିବା ନିର୍ବାଚନର ପୋଲିଂ ପାର୍ଟି ଗାଡି ସନ୍ଧ୍ୟା ସୁଦ୍ଧା ସୁରକ୍ଷିତ ଅବସ୍ଥା ରେ ଫେରିଥିବା ଜଣାପଡିଛି l

LEAVE A REPLY

Please enter your comment!
Please enter your name here