ବାଘ କୁ ଟକ୍କର ଦେବାକୁ ହାତୀ ସପକ୍ଷରେ ଭାଲୁ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସଦର ବ୍ଲକ ମୁଥାଗାଡିଆ ପଞ୍ଚାୟତ ରେ ପ୍ରଚାର ମୈଦାନରେ ବାଘ ଭାଲୁ ଏବଂ ହାତୀ . ତାରିଖ ପାଖେଇ ଆସୁଥିବା ବେଳେ ରାଜନୀତି ସରଗରମ ହେବାରେ ଲାଗିଛି । ଏହି ପଞ୍ଚାୟତ ରେ ଆଲୋଚନା ର ବିଷୟ ବାଘ ସହିତ ଲଢ଼ୁଛନ୍ତି ହାତୀ ଓ ଭାଲୁ । ପଞ୍ଚାୟତ ମାନଙ୍କରେ ବିଶେଷତଃ ଜିଲ୍ଲା ପରିଷଦ କିମ୍ବା ସରପଞ୍ଚ ଙ୍କ ମଧ୍ୟରେ ବଡ ପ୍ରତିଦ୍ୱନ୍ଦିତା ଆଲୋଚନା ର ବିଷୟ ହୋଇଥାଏ , କିନ୍ତୁ ଏଠାରେ ଆଲୋଚନା ର ବିଷୟ ବାଘ ହାତୀ ଲଢେଇ ରେ ହାତୀ ର ସହଯୋଗ ପାଇଁ ଆସିଛି ଭାଲୁ । ମୁଥାଗାଡିଆ ପଞ୍ଚାୟତ ରେ ସମିତି ସଭ୍ୟ ଭାବେ ନନ୍ଦକିଶୋର ବାଘ ଟୁଲ ଚିହ୍ନ ଏବଂ ଦିଲୁ ହାତୀ କେଟିଲ ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି । ଭାଲୁ ଓରଫ କ୍ଷିରୋଦ ଚନ୍ଦ୍ର ମହାପାତ୍ର ବିଜେଡ଼ି ରୁ ଜିଲ୍ଲା ପରିଷଦ ଭାବେ ନିର୍ବାଚନ ରେ ଅବତୀର୍ଣ୍ଣ ହୋଇଛନ୍ତି । ହାତୀ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାଲୁ ଙ୍କୁ ଧରି ପଞ୍ଚାୟତ ରେ ପ୍ରଚାର ଆରମ୍ଭ କରିଛନ୍ତି । ଟୁଲ ଚିହ୍ନ ପ୍ରାର୍ଥୀ ବାଘ ପଦ୍ମ ଫୁଲ ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଥିବା ଜିଲ୍ଲା ପରିଷଦ ପ୍ରାର୍ଥୀ ନସିର ଅହମ୍ମଦ ଙ୍କୁ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ତେବେ ପଞ୍ଚାୟତ ରେ ଗୋଟିଏ ଚର୍ଚ୍ଚା ହାତୀ, ଭାଲୁ ମିଶି ଲଢ଼ୁଛନ୍ତି ବାଘ ସହିତ । ଦେଖାଯାଉ ଏହି ଲଢେଇରେ ବାଘ ର ବିଜୟ ହେଉଛି ନା ହାତୀ, ଭାଲୁ ଯୋଡି ର । ଫଳାଫଳ ଯାହା ବି ହେଉ ପଛେ , ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କର ଟାଇଟଲ ବେଶ ରୋଚକ ଆଲୋଚନା ସୃଷ୍ଟି କରୁଛି ।

Leave a Reply

Your email address will not be published. Required fields are marked *