ସାମ୍ବାଦିକ ମାନଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରି ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ରାଜ୍ୟରେ ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କ ପ୍ରତି ହେଉଥିବା ମରଣାତ୍ମକ ଆକ୍ରମଣକୁ ତିବ୍ର ଭାବରେ ନିନ୍ଦା କରିବା ସହ ବିଞ୍ଝାରପୁର ଘଟଣାରେ ସମ୍ପୃକ୍ତ ଦୋଷୀ ମାନଙ୍କୁ ଗିରଫ ଏବଂ ସାମ୍ବାଦିକ ମାନଙ୍କ ସୁରକ୍ଷା ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ ହେବା ଘଟଣାକୁ ନିନ୍ଦା କରି ବାଲିଗୁଡା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବାଲିଗୁଡ଼ା ଉପଜିଲ୍ଲାପାଳ ଦୁଃଖ ବନ୍ଧୁ ନାୟକ ଙ୍କ ଜରିଆରେ ରାଜ୍ୟ ନିର୍ବାଚନ କମିଶନର ଙ୍କୁ ଏକ ସ୍ମାରକ ପତ୍ର ବାଲିଗୁଡା ଅଞ୍ଚଳ ରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ପ୍ରଦାନ କରାଯାଇଛି l ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଯେଉଁଭଳି ଭାବେ ସାମ୍ବାଦିକଙ୍କ ପ୍ରତି ମରଣାତ୍ମକ ଆକ୍ରମଣ କରାଯାଉଛି ତାହାକୁ ଦୃଢ ଭାବରେ ନିନ୍ଦା କରିଥିଲେ । ଆସନ୍ତା ୨୪ ତାରିଖରେ ବରୀରେ ହେବାକୁ ଥିବା ନିର୍ବାଚନକୁ ଶୃଙ୍ଖଳାର ସହିତ କରାଯିବା ଏବଂ ସାମ୍ବାଦିକମାନଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଯୋଗାଇ ଦେବା ନେଇ ଏକ ଦାବିପତ୍ର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବାଲିଗୁଡ଼ା ଉପଜିଲ୍ଲାପାଳ ଦୁଃଖ ବନ୍ଧୁ ନାୟକ ଙ୍କ ଜରିଆରେ ରାଜ୍ୟ ନିର୍ବାଚନ କମିଶନର ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏଥିରେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ଆବାହକ ସତ୍ୟ ନାରାୟଣ ପାଢ଼ୀ, ସଭାପତି ସନ୍ତୋଷ କୁମାର ଦାସ, ସମ୍ପାଦକ ସଞ୍ଜୟ କୁମାର ପାଣିଗ୍ରାହୀ, ଜିଲ୍ଲା କାର୍ଯ୍ୟ କାରୀ ସଦସ୍ୟ ମନୋରଞ୍ଜନ ରାୟ , ସୁରେନ୍ଦ୍ର କୁମାର ପାଣିଗ୍ରାହୀ,ସୁକାନ୍ତ କୁମାର ତ୍ରିପାଠୀ, ସୁଶାନ୍ତ କୁମାର ପାଣିଗ୍ରାହୀ ତାପସ କୁମାର ନାୟକ, ଗୋପାଳ ପାଣିଗ୍ରାହୀ, ସୁଶିଲ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *