ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ର କେରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁନିଲ ମହାପାତ୍ର ଶେଷ ଦିନରେ ମାରାଥନ ପ୍ରଚାର କରିଥିଲେ . ପଞ୍ଚାୟତ ର ପ୍ରତି ଗ୍ରାମ ଓ ଘରକୁ ଯାଇ ଭୋଟ ପାଇଁ ନିବେଦନ କରିଥିଲେ । ଲୋକମାନେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ତା ସାଙ୍ଗକୁ ସମର୍ଥନ ବୃଦ୍ଧି ପାଇବା ଫଳରେ ଜିତିବା ସକାଶେ ଆଶା ପ୍ରକଟ କରିଛନ୍ତି । ଲୋକଙ୍କ ସମସ୍ୟା ଓ ବିକାଶ ର ଚିତ୍ର ସକାଶେ ମତେ ଜନ ସାଧାରଣ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ଆଶା କରିଛି । ଆଜି ପ୍ରଚାର ସମୟରେ ପ୍ରତ୍ୟେକ ଗ୍ରାମର ଜନ ସାଧାରଣ ମୋ ସହିତ ପ୍ରଚାର ରେ ବୁଲି ମତେ ସମର୍ଥନ ଦେବେ ବୋଲି କହିବା ଜିତିବାର ଆଶା କୁ ଦ୍ୱିଗୁଣିତ କରିଛି ବୋଲି କହିଛନ୍ତି ସୁନିଲ ।
ଶେଷ ଦିନରେ ସୁନିଲ ମହାପାତ୍ରଙ୍କ ମାରାଥନ ପ୍ରଚାର !!!

