କଟକ ସଦର ( ଆୱ୍ୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତର ତ୍ରିଲୋଚନ ପାତ୍ର ଙ୍କୁ ସରପଞ୍ଚ ଭାବେ ପାଇ ଅଞ୍ଚଳ ବସୀ ଖୁବ୍ ଖୁସି । ସେ ଜଣେ ଦକ୍ଷ କଳାକାର, ସୁବକ୍ତା, ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଭାବେ ପୁରା ପଞ୍ଚାୟତରେ ପରିଚିତ । ସୂଚନାଯୋଗ୍ୟ ସେ ବହୁ ସାମାଜିକ, ସାଂସ୍କୃତିକ ସଂଗଠନ ସହ ଜଡ଼ିତ ରହି ବିଭିନ୍ନ ସେବାକାର୍ଯ୍ୟ, ରୋଗୀସେବା, କରୋନା ମହାମାରୀ ସମୟରେ ଜନ ସଚେତନତା, ପୂଜ୍ୟପୂଜା, ରକ୍ତଦାନ ଶିବିର ଆୟୋଜନ,ଗ୍ରାମାଂଚଳ ଶିଶୁ ପ୍ରତିଭା ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ, ସାହିତ୍ୟ ସଂସ୍କୃତିର ବିକାଶ ଦିଗରେ ପ୍ରଚେଷ୍ଟା ଆଦି ନାନାଦି ଜନ ହିତକର କାର୍ଯ୍ୟରେ ଦୀର୍ଘ ଦିନଧରି ସାଧନାରତ । ରାଜନୀତି କ୍ଷେତ୍ରରେ ନିଜକୁ ସାମିଲ କରି ନିଜ ଅଞ୍ଚଳର ସର୍ବାଙ୍ଗ ଉନ୍ନତି, ଶିକ୍ଷାର ବିକାଶ, କୃଷି ଓ କୃଷକ ଉନ୍ନତି, ପାନୀୟ ଜଳ ବ୍ୟବସ୍ଥା, ଗମନା ଗମନକୁ ଆହୁରି ସୁଦୃଢ କରିବା, ସ୍ୱାସ୍ଥ୍ୟ ବିଭାଗ ଉପରେ ସଂପୂର୍ଣ୍ଣ ବିକାଶ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଆଦି ବହୁ ଜନ ହିତକର କାର୍ଯ୍ୟ ପାଇଁ ପରମହଂସ ପଞ୍ଚାୟତ ଶିକ୍ଷିତ ଜନସାଧାରଣ ମୋତେ ଜନନେତା ଭାବେ ବାଛି ଥିବାରୁ ସେ ସମସ୍ତଙ୍କ ପାଖରେ କୃତଜ୍ଞ ଏବଂ ପଂଚାୟତ ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ଦୃଢ ମତପୋଷଣ କରିଛନ୍ତି ।
ପରମହଂସ ପଞ୍ଚାୟତ ର ସରପଞ୍ଚ ଭାବେ ନିର୍ବାଚିତ ହେଲେ ବିଶିଷ୍ଟ ସମାଜସେବୀ ତଥା କଳାକାର ତ୍ରିଲୋଚନ ପାତ୍ର !!!

