ଭାଲୁ ଆକ୍ରମଣରେ ଚାଷୀ ଗୁରୁତର !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କାଠପାଳ ଗାଁରେ ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଯେ, ଗାଁ ର ବସନ୍ତ ମାଝୀ ଶନିବାର ସକାଳେ ଘରପାଖ ବଗିଚାକୁ କାମ କରିବା ପାଇଁ ଯାଇଥିଲେ । ସେଠାରେ ଥିବା ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ବସନ୍ତ ପାଟି କରିବାରୁ ଗାଁ ଓ ପରିବାର ଲୋକ ସେଠାରେ ପହଞ୍ଚିବାରୁ ଭାଲୁଟି ପଳାଇ ଯାଇଥିଲା । ତାଙ୍କୁ ଆହତ ଅବସ୍ଥାରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କର ମୁହଁ, ହାତ ଓ ଡାହାଣ ଜଙ୍ଘରେ ଗଭୀର କ୍ଷତ ହୋଇଛି । ଏବେ ବସନ୍ତ ସୁସ୍ଥ ଅଛନ୍ତି । ଖବରପାଇ ଛେଣ୍ଡିପଦା ବନ ବିଭାଗ କର୍ମଚାରୀ ଚିକିତ୍ସାଳୟରେ ପହଞ୍ଚିଛନ୍ତି ।

 

Leave a Reply

Your email address will not be published. Required fields are marked *