ନାଟ୍ୟ ନିର୍ଦ୍ଦେଶକ ତ୍ରିଲୋଚନ ପାତ୍ର ପାଇଲେ ସରସ୍ଵତୀ କଳା ପ୍ରତିଭା ସମ୍ମାନ – ୨୦୨୨ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର କନ୍ଦରପୁର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ୧୮ ତମ ପ୍ରତିଷ୍ଠା ଦିବସରେ ସାହିତ୍ୟ ସେବା, ଆଲୋଚନା ଚକ୍ର, ମେଧା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବହୁ ପ୍ରତିଭାଙ୍କ ସହ ସମାଜସେବୀ, ରାଜନୀତିଜ୍ଞ, ଦକ୍ଷ ସଂଗଠକ, ସାହିତ୍ୟିକ, ନାଟ୍ୟ ନିର୍ଦ୍ଦେଶକ ତଥା ମହୁରା ଗ୍ରାମର କୃତି ସନ୍ତାନ ତ୍ରିଲୋଚନ ପାତ୍ର (ଅଶୋକ)ଙ୍କୁ ସମ୍ମାନୀତ କରାଯାଇଛି । କବୟିତ୍ରୀ ପ୍ରତିଭା ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ କବି ପିତାମ୍ବର ମହାପାତ୍ର, ସଭାପତି ଅଶୋକ ପଟ୍ଟନାୟକ, ନନ୍ଦିଘୋଷ ଟିଭି ପ୍ରଣାମ ଓଡ଼ିଶା କାର୍ଯ୍ୟକ୍ରମ ସଂଯୋଜକ ସୌଭାଗ୍ୟ ପତି, ନନ୍ଦିଘୋଷ ଟିଭି ଉପସ୍ଥାପକ ଶକ୍ତି ପ୍ରସନ୍ନ ପଟ୍ଟନାୟକ, ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ଜିନେଶ୍ ଦାସ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଉଲ୍ଲେଖନୀୟ କୃତିତ୍ୱ ନେଇ ଯୁବନେତା ଅଶୋକ ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ, ଜଗତସିଂହପୁର ଜିଲ୍ଲା କଳାକାର ସଂଘ, ପରମହଂସ ପଞ୍ଚାୟତ ସଦର ବ୍ଲକ କଟକ , ଭାଷା ଭାବନା ସାହିତ୍ୟ ସଂସଦ ବ୍ରହ୍ମଗିରି ଆଦି ବହୁ ସଙ୍ଗଠନ ଦ୍ଵାରା ସମ୍ବର୍ଦ୍ଧିତ ।

Leave a Reply

Your email address will not be published. Required fields are marked *