ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତାର ୨୯ ତମ ସମୀକ୍ଷା ବୈଠକ ଅନୁଷ୍ଠିତ

Spread the love

ଯାଜପୁର ( ଆୱାଜ ମିଡ଼ିଆ ) ବ୍ୟୁରୋ ରିପୋର୍ଟ – ରାଜ୍ୟର ଅଗ୍ରଣୀ ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଆୟୋଜିତ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଇତି ମଧ୍ୟରେ ୭୨୫ତମ ଦିବସରେ ପହଁଚିଛି । ପ୍ରତି ୨୫ ଦିନରେ ଏହି କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଥିବା ବେଳେ, ୨୯ତମ ସମୀକ୍ଷା ବୈଠକ ମଙ୍ଗଳପୁରସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପରିସରରେ ଆୟୋଜିତ ହୋଇଯାଇଅଛି। ଏଥି ବୈଠକରେ ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ସଭାପତିତ୍ୱ କରିଥିଲେ। ସଚେତନତା କାର୍ଯ୍ୟକ୍ରମର ସଂଯୋଜକ ତଥା ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ସମୀକ୍ଷକ ଭାବରେ ଫାଉଣ୍ଡେସନର କରୋନା ସଚେତନତା କାର୍ଯ୍ୟକ୍ରମର ସ୍ୱେଚ୍ଛାସେବୀ ମାନେ ଯୋଗଦେଇ ସେମାନଙ୍କ ଦ୍ବାରା ନିରବଚ୍ଛିନ୍ନ ପ୍ରକ୍ରିୟାରେ ଜାରି ରହିଥିବା ସେବା ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ମାନବ ସେବାର ଚରମ ନିଦର୍ଶନ ଓ ଏହା ପରପିଢୀକୁ ସମାଜ ସେବା ନିମନ୍ତେ ଖୋରାକ ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *