କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କଂଗ୍ରେସ ଦଳ ର ଛାତ୍ର ସଂଗଠନ ଭାରତୀୟ ଜାତୀୟ ଛାତ୍ର ସଂଘ (ଏନଏସୟୁଆଇ) ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ପ୍ରିୟଦର୍ଶନ ଙ୍କୁ ମନୋନୀତ କରା ଯାଇଥିବା ଜଣା ପଡ଼ିଛି । ସଂଗଠନ ର ପରାମର୍ଶଦାତା ସୋନିଆ ଗାନ୍ଧୀ ଏବଂ ଜାତୀୟ ସଭାପତି ନିରଜ କୁଣ୍ଡନଙ୍କ ଦ୍ଵାରା ଅନୁମୋଦନ ପରେ ଜାତୀୟ ସମ୍ପାଦକ ରୋଷନ ଲାଲ ଓଡ଼ିଶା ର ୨୭ ଟି ଜିଲ୍ଲା ର ସଭାପତି ଙ୍କ ନାମ ଘୋଷଣା କରିଛନ୍ତି । ଅଂଶୁମାନ ଜିଲ୍ଲା ସଭାପତି ହେବା ପରେ ସଂଗଠନ ର ରାଜ୍ୟ ସଭାପତି ସାୟାଦ ଆସିର ନୱେଜ ଙ୍କ ସମେତ ଦଳୀୟ ନେତୃବୃନ୍ଦ ଙ୍କ ପାଖରେ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି l ଅପର ପକ୍ଷେ ଅଂଶୁମାନ ଙ୍କ ସଭାପତି ହେବା ପରେ , ଜିଲ୍ଲା ଯୁବ ଗୋଷ୍ଠୀ ଅଧିକ ଉତ୍ସାହିତ ହେବା ସହ ବିଭିନ୍ନ ମହଲ ରୁ ଶୁଭେଛା ର ସୁଅ ଛୁଟୁଛି ।