ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ତାଲାବନ୍ଦ ର ପ୍ରଥମ ଦୁଇ ଦିନ ସାମାନ୍ୟ କୋହଳ ମନୋବୃତ୍ତି ଦେଖାଇ ଥିବା ଢେଙ୍କାନାଳ ପୁଲିସ ତରଫରୁ , ଜିଲ୍ଲାର ବିଭିନ୍ନ ଜନଗହଳି ସ୍ଥାନ ମାନଙ୍କରେ ଲକ ଡାଉନ ର ୩ ୟ ଦିନରେ କଡ଼ାକଡ଼ି ଚେକିଂ ଦେଖିବାକୁ ମିଳିଛି । କୋରନା ର ଦ୍ୱିତୀୟ ଲହରୀ ଚାଲିଥିବା ହେତୁ ରାଜ୍ୟ ସରକାରଙ୍କ ତରଫରୁ ଲାଗୁ ହୋଇଥିବା ଲକ ଡାଉନ ସମୟରେ ଅତ୍ୟାବଶ୍ୟକୀୟ ଜରୁରୀକାଳୀନ ଜିନିଷ ପତ୍ର ନେବାପାଇଁ କିଛିଟା କୋହଳ ହୋଇଅଛି . ତେବେ କିଛି ଅମାନିଆ ଏହାକୁ ମୌକା ଭାବି ଅଯଥା ଘରୁ ବାହାରକୁ ଆସି ବୁଲାବୁଲି କରିବା ସହ ରାସ୍ତା ଜାମ କରୁଛନ୍ତି । ତେଣୁ ଏହି ଅମାନିଆ ମାନଙ୍କୁ ତାଗିଦ କରିବା ସହ ପୋଲିସ ପ୍ରଶାସନ ଜୋରିମାନା ଆଦାୟ କରିଅଛି । ଆଜି ଅନ୍ୟ ଦୁଇଦିନ ଅପେକ୍ଷା ଅଧିକ ମାତ୍ରାରେ ସହରର ଛକ ଜାଗା ମାନଙ୍କରେ ଗହଳି ଦେଖା ଯାଇଥିବାରୁ, ପୋଲିସ୍ କୁ ଏପରି ଉପାୟ ଅବଲମ୍ବନ କରିବାକୁ ପଡ଼ିଅଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି । ଆଜି ଢେଙ୍କାନାଳ ସହରର ମହାବୀର ବଜାର, ବାଜିଚୌକ, ଗଣେଶ ବଜାର ଆଦି ସ୍ଥାନମାନଙ୍କର ପୋଲିସ କଡ଼ାକଡ଼ି ଚେକିଂ ଜାରି ରଖିଛି ।