କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ସମ୍ପ୍ରତି ମହାମାରୀ କରୋନା ସଂକ୍ରମଣର ଦ୍ଵିତୀୟ ଲହର ପ୍ରକୋପ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ଟିକାଦାନ କେନ୍ଦ୍ର ମାନଙ୍କରେ ଟିକାର ଅଭାବ ଦୃଷ୍ଟିରୁ ଜନସାଧାରଣ ଟିକା ନେବାରେ ଅନେକ ସମସ୍ୟା ଦେଖା ଦେଉଛି . କଟକ ସଦରର ବେଣ୍ଟକାର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, କନ୍ଦରପୁର ଏବଂ କିଶନନଗର ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଲୋକେ ଟିକା ନପାଇ ଫେରିବା ଦେଖାଦେଇଛି । ସୂଚନାଯୋଗ୍ୟ , ଦ୍ଵିତୀୟ ଡୋଜ ଟିକା ନେବାକୁ ବେଣ୍ଟକାର ଉଚ୍ଚ ବିଦ୍ୟାଳୟ ପରିସରରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା ।

ଏହି ସମସ୍ୟାର ସମାଧାନ ପୁର୍ବକ ଟିକାଦାନ କେନ୍ଦ୍ରରେ କରୋନା କଟକଣା ପାଳନ, କେବଳ ଟିକା ପଞ୍ଜିକୃତ ବ୍ୟକ୍ତି ବିଶେଷ ନିଜର ଧାର୍ଯ୍ୟ ସମୟ ଅନୁଯାୟୀ ଟିକାକେନ୍ଦ୍ରରେ ଉପସ୍ଥିତ ହେବା, ପ୍ରଶାସନ ପକ୍ଷରୁ ଉପଯୁକ୍ତ ଡୋଜ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇଦେବା , ଟିକାଦାନ କେନ୍ଦ୍ରରେ ଆବଶ୍ୟକ ମୁତାବକ ପୋଲିସ ମୁତୟନ ସହ ଭିଡ ନିୟନ୍ତ୍ରଣ ଆଦି ବିଭିନ୍ନ ପଦକ୍ଷେପ ନେବାକୁ କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଓ ସମସ୍ତ କାର୍ଯ୍ୟକର୍ତା ବୃନ୍ଦ ରାଜ୍ୟ ସରକାର ଓ ଜନସାଧାରଣ ମାନଙ୍କୁ ବିନମ୍ର ନିବେଦନ କରିଛନ୍ତି ।