ରାଜ୍ୟ ବ୍ୟାପୀ ସରକାରଙ୍କୁ ଘେରିଛି ଉତ୍କଳ ସାମ୍ବାଦିକ ସଂଘ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟ ବ୍ୟାପୀ ସରକାରଙ୍କୁ ଘେରିଛି ଉତ୍କଳ ସାମ୍ବାଦିକ ସଂଘ । ସାମ୍ବାଦିକଙ୍କ ବିଭିନ୍ନ ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘ ଓଡ଼ିଶା ପକ୍ଷରୁ ଦିଆଯାଇଥିବା ଡାକରାରେ ସାମିଲ ହୋଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗଜପତି ଜିଲ୍ଲାରେ ମଧ୍ୟ ଏହି ବିକ୍ଷୋଭ ଦେଖିବାକୁ ମିଳିଛି। ଜିଲ୍ଲା ସଭାପତି ଦ୍ବୀଜେନ୍ଦ୍ରନାଥ ପାଢୀଙ୍କ ନେତୃତ୍ୱରେ ବ‌ହୁ ସଂଖ୍ୟାରେ ସାମ୍ବାଦିକ ଏଥିରେ ସାମିଲ ହୋଇ ହାତରେ ବ୍ୟାନର ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ନାରାବାଜି କରିଥିଲେ। ପରେ ମୂଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।ଦାବି ଗୁଡିକ ମଧ୍ୟରେ ଅଧିସ୍ବୀକୃତି କମିଟିର ପୁନର୍ଗଠନ ସହ ଯୋଗ୍ୟ ସାମ୍ବାଦିକ ମାନଙ୍କୁ ବ୍ୟାପକ ଭାବରେ ମାନ୍ୟତା ପ୍ରଦାନ, ସାମ୍ବାଦିକ ମାନଙ୍କ ଉପରେ ବୃଦ୍ଧି ପାଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା, ୬୦ ବର୍ଷରୁ ଅଧିକ ବୟସର ସାମ୍ବାଦିକଙ୍କୁ ଅନ୍ୟୁନ ମାସିକ ୧୫ ହଜାର ଟଙ୍କା ପେନସନ ପ୍ରଦାନ, ପ୍ରେସ ଏକାଡେମୀ ଗଠନ କରି ଭୁବନେଶ୍ୱର ଠାରେ ଭବନ ନିର୍ମାଣ କରି ବୃତ୍ତିଗତ କାର୍ଯ୍ୟରେ ଆସୁଥିବା ସାମ୍ବାଦିକଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ବ୍ୟବସ୍ଥା କରିବା, ଗୋପବନ୍ଧୁ ସ୍ବାସ୍ଥ୍ୟ ବିମା ଯୋଜନା ପରିଧିରେ ଅବସରରେ ପ୍ରାପ୍ତ ସାମ୍ବାଦିକ, ହିତାଧିକାରୀଙ୍କ ମାତାପିତା, ୨୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ସନ୍ତାନମାନଙ୍କୁ ସାମିଲ କରିବା ସହ ମୃତ୍ୟୁ କାଳୀନ ଅନୁକମ୍ପା ରାଶି ୧୦ ଲକ୍ଷକୁ ବୃଦ୍ଧି କରିବା ଆଦି ଦାବି କରିଛି ଉତ୍କଳ ସାମ୍ବାଦିକ ସଂଘର ସାମ୍ବାଦିକମାନେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାମ୍ବାଦିକଙ୍କ କଲ୍ୟାଣ ନେଇ ବାରମ୍ବାର ଦାବି କରି ଆସୁଛନ୍ତି ସାମ୍ବାଦିକମାନେ, ଗତ ସରକାରଙ୍କ ସମୟରେ ବିଧାନ ସଭା ଆଗରେ ସାମ୍ବାଦିକଙ୍କର ଏକ ବିଶାଳ ସମାବେଶରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସମୟରେ ସେ ସମୟରେ ବିରୋଧୀ ଦଳର ମୂଖ୍ୟ ସଚେତକ ଭାବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ, ସାମ୍ବାଦିକମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ତାଙ୍କ ସରକାର ଆସିଲେ ୬ ସାମ ମଧ୍ୟରେ ଦାବିଗୁଡିକ ପୂରଣ କରେବେ ବୋଲି, ଯାହାକୁ ନେଇ ସରକାରକୁ ଆସିବା ପରେ ବହୁ ଆଶା କରିଥିଲେ ସାମ୍ବାଦିକ, କିନ୍ତୁ ଆଜିକୁ ଦୁଇ ବର୍ଷ ହେଲାଣି ସେକଥା ଭୁଲିଯାଇଛନ୍ତି। ଦାବିପତ୍ର ମାଧ୍ୟମରେ ମୂଖ୍ୟମନ୍ତ୍ରୀଙ୍କୁ ଚେତାଇ ଦେଇଛି ଉତ୍କଳ ସାମ୍ବାଦିକ ସଂଘ ।

 

Leave a Reply

Your email address will not be published. Required fields are marked *