କାର୍ଯ୍ୟାଳୟରେ କୁଣ୍ଡଳୀ ମାରି ବସିଛନ୍ତି ଉଠା ଜଳସେଚନ ବିଭାଗ କର୍ମଚାରୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାର୍ଯ୍ୟାଳୟରେ କୁଣ୍ଡଳୀ ମାରି ବସିଛନ୍ତି ଉଠା ଜଳସେଚନ ବିଭାଗ କର୍ମଚାରୀ , ଦୀର୍ଘ ବର୍ଷ ଧରି ହେଉନାହିଁ ବଦଳି ! ତା ସାଙ୍ଗକୁ କର୍ମଚାରୀ ଅଭାବ ଆଣି ଦେଇଛି ସମସ୍ୟା ! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠ ରେ ଥିବା ଉଠା ଜଳସେଚନ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ଦୀର୍ଘ ବର୍ଷ ହେଲା ବଦଳି ହଉ ନଥିବ ଦେଖିବାକୁ ମିଳିଛି । ତା ସାଙ୍ଗକୁ କର୍ମଚାରୀ ଅଭାବ ରହିଛି । ତାହା ସରକାର ପୂରଣ କରି ପାରୁ ନାହାନ୍ତି ! ବିଭିନ୍ନ ଯୋଜନା ରେ ଦୁର୍ନୀତି ହୋଇ ଥିବାର ଅଭିଯୋଗ ହଉଛି । ଚାଷୀ ଙ୍କୁ ବିଭାଗ ପକ୍ଷ ରୁ ସଚେତନ କରାଯାଉ ନାହିଁ । ଯାହା ଫଳ ରେ ଚାଷୀ ବିଭାଗ ପକ୍ଷ ରୁ କଣ ଯୋଜାନ। ହଉଛି ଜାଣି ପାରୁ ନାହାଁନ୍ତି । ସରକାର ଙ୍କ ଯୋଜନା ଫଳପ୍ରଦ ହୋଇ ପାରୁନାହିଁ ବୋଲି ଅଭିଯୋଗ ହେଉଛି ।

Leave a Reply

Your email address will not be published. Required fields are marked *