ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ଼ର ସମସ୍ତ ୮ଗୋଟି ବ୍ଲକ ର ସାମ୍ବାଦିକ ଙ୍କୁ ନେଇ ସାମ୍ବାଦିକ ଭବନ ଠାରେ ଉତ୍କଳ ସାମ୍ବାଦିକ ସଂଘ ର ନୟାଗଡ଼ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶ୍ରୀ ବିଭୁତି ଭୂଷଣ କର ଦାବି ଉପସ୍ଥାପନ ନେଇ ଅନୁଷ୍ଠିତ ରାଜ୍ୟ ବ୍ୟାପୀ ପ୍ରତିବାଦ ସମାବେଶର ଆଶାତୀତ ସଫଳତା , ସଂଘର ଇଚ୍ଛାଶକ୍ତି ଓ ଦୃଢ଼ତା କୁ ପ୍ରତିପାଦିତ କରିବା ସହ ସରକାରଙ୍କୁ ଚାପଗ୍ରସ୍ତ ସହ ଚେତେଇ ଦେଇଛୁ ବୋଲି କହିଥିଲେ । ୬ଦଫା ଦାବି – ୧. ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ , ୨- ୬୦ ବର୍ଷରୁ ଅଧିକ ସାମ୍ବାଦିକଙ୍କ ପାଇଁ ଅନ୍ୟୁନ ୧୫ ହଜାର ଟଙ୍କାର ପେନ୍ସନ ବ୍ୟବସ୍ଥ! , ୩- ଅଧିସ୍ୱୀକୃତି କମିଟିର ପୁନର୍ଗଠନ ଓ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କୁ ମାନ୍ୟତା ପ୍ରଦାନ , ୪ – ଓଡ଼ିଶା ପ୍ରେସ୍ ଏକାଡେମୀ ଗଠନ ସହ ଭୁବନେଶ୍ୱରରେ ଭବନ ନିର୍ମାଣ ତଥା ରାଜ କାର୍ଯ୍ୟରେ ରାଜ୍ୟଧାନୀକୁ କାର୍ଯ ଆସୁଥିବା ସାମ୍ବାଦିକ ମାନଙ୍କ ପାଇଁ ସଂପୃକ୍ତ ଭବନରେ ସ୍ବଳ୍ପ ଦେୟରେ ରହଣି ବ୍ୟବସ୍ଥା , ୫. ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନା ପରିଧୂରେ ବାପା-ମା ଏବଂ ୨୫ ବର୍ଷରୁ ଉର୍ଦ୍ଧ ସନ୍ତାନସନ୍ତତିଙ୍କୁ ସାମିଲ୍ , ୬. ମୃତ୍ୟୁକାଳୀନ ଅନୁକମ୍ପା ରାଶି ୧୦ ଲକ୍ଷକୁ ବୃଦ୍ଧି ! ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ କ୍ରମାଗତ ଭାବେ ସଂଘର ସଂଗ୍ରାମ ଜାରି ରହିବ। ଏହି କ୍ରମରେ ସଂଘର ପୂର୍ବ ନିର୍ଦ୍ଧାରିତ ଆହ୍ବାନ ମୁତାବକ ଆଜି ଆମେ ସମସ୍ତେ କଳାବ୍ୟାଚ ପରିଧାନ ପୂର୍ବକ ଦାୟିତ୍ୱ ନିର୍ବାହନ କରିଛନ୍ତି । ନୟାଗଡ଼ ସଂଘ ପକ୍ଷରୁ ଆମେ କଳାବ୍ୟାଚ ପିନ୍ଧିବା ସହ ଅନ୍ୟ ସାମ୍ବାଦିକ ବନ୍ଧୁ ମାନଙ୍କୁ କଳାବ୍ୟାଚ ପରିଧାନ କରିବା ପାଇଁ ପ୍ରେରଣା ଦେଇ ଏହି ସଂଗ୍ରାମୀ ଯାତ୍ରାକୁ ସଫଳ କରିବାରେ ସୈନିକ ଭଳି ହୋଇ ସହାୟକ ହେବା ପାଇଁ ଆହ୍ୱାନ କରାଯାଇଛି ।
୬ଦଫା ଦାବି କାର୍ଯ୍ୟକାରୀ ପାଇଁ ପ୍ରତିବାଦ ସହ କଳା ବ୍ୟାଚ ପରିଧାନ କଲେ ଉତ୍କଳ ସାମ୍ବାଦିକ ସଙ୍ଘର ସଦସ୍ୟ !!!

