ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀ ନଗର ବ୍ଳକ ଅନ୍ତର୍ଗତ ବୁଦୁରା ପଞ୍ଚାୟତର କିଡିଙ୍ଗୀ ଗ୍ରାମ ଠାରେ ହେଲ୍ପ ସ୍ବେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଲିଙ୍ଗରାଜ ପାଣିଗ୍ରାହୀଙ୍କ ନେତୃତ୍ୱରେ କରୋନା ଦ୍ୱିତୀୟ ଲହରର ସଚେତନତା କାର୍ଯ୍ୟକ୍ରମ ମହିଳା ମାନଙ୍କୁ ନେଇ କରାଯାଇଛି । ଏଥିରେ ମୁଖ୍ୟତଃ ମାସ୍କ କିପରି ବ୍ୟବହାର କରିବେ, ସାମାଜିକ ଦୂରତା ୨ମିଟର , ବାରମ୍ବାର ସବୁନରେ ଧୋଇବା ଅଭ୍ୟାସ କରିବା ଏବଂ ଅତି କମରେ ଥରକେ କୋଡିଏ ସେକେଣ୍ଡ , ଜନ ଗହଳି ସ୍ଥାନକୁ ଯିବ ନାହିଁ, ଅତ୍ୟଧିକ ଜରୁରୀ ଥିଲେ ବାହାରକୁ ଯିବା ନଚେତ ନିଜ ଘରେ ରହିବା, ସୁରକ୍ଷିତ ରହିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଶେଷରେ ସମସ୍ତ ଙ୍କୁ କଟନ କପଡ଼ା ମାସ୍କ ବଣ୍ଟନ କରା ଯାଇଥିଲା . ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ! ଜଣେ ୫ ଜଣଙ୍କୁ ଏହି ବାର୍ତ୍ତା ଜଣାଇବା ଦରକାର ବୋଲି ଗୁରୁତ୍ୱ ପ୍ରଦାନ କରାଯାଇଛି ।