ଅବକାରୀ ଚଢ଼ାଉ : ବିପୁଳ ପରିମାଣର ପୋଚ ନଷ୍ଟ – ବିଦେଶୀ ମଦ ସହ ୩ ଗିରଫ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ସାରା ରାଜ୍ୟରେ ୧୫ଦିନ ପାଇଁ ଲକଡାଉନ ହୋଇଥିବା ବେଳେ, ସକ୍ରିୟ ହୋଇ ଉଠିଛନ୍ତି ଚୋରା ଦେଶୀ ମଦ ବେପାରି . ସ୍ଵିକୃତୀପ୍ରାପ୍ତ ମଦ ଦୋକାନ ବନ୍ଦ ଥିବା କାରଣରୁ , ଚୋରା ବେପାରୀ ମାନେ ମଦ ପ୍ରସ୍ତୁତ କରିବା ପାଇଁ ସକ୍ରିୟ ହୋଇଛନ୍ତି । ତେବେ ନିଶା ମାଫିଆଙ୍କୁ କାବୁ କରିବା ପାଇଁ ସତର୍କ ରହିଛି ଅବକାରୀ ବିଭାଗ . ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର କର୍ମଚାରୀ ମାନେ ଚୋରା ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରି ହେଉଥିବାର ଖବର ପାଇ ଆଜି ବୋଲଗଡ଼ ବ୍ଲକ ବଡ଼ପଦର ଗ୍ରାମରୁ ୫୪ଶହ ଲିଟର ପୋଚ ଜବତ କରି ନଷ୍ଟ କରିଛନ୍ତି । ସେହିପରି ଖୋର୍ଦ୍ଧା ନିକଟସ୍ଥ ହଳଦିଆ ଗ୍ରାମରୁ ୩୨୦ଲିଟର, ଖୋର୍ଦ୍ଧା ରୁ ୯୬ ଲିଟର ଓ ୯୪ ଗୋଟି ବିୟର ଜବତ କରିବା ସହ ୩ ଜଣ ଅଭିଯୁକ୍ତକୁ ଗିରଫ କରାଯାଇ ଥିବାର ଅବକାରୀ ବିଭାଗ ଇନିସପେକ୍ଟର ଭୈରବ ସାହୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *