୧୯୬୯ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଉତ୍ସବ : ପୁରୁଣା ଦିନର ସ୍ମୃତି ସାଉଣ୍ଟିଲେ ସହପାଠୀ ।

Spread the love

କଟକ ସଦର (ଆୱାଜ ମିଡ଼ିଆ) – ଶ୍ରୀକାନ୍ତ ବେଉରା : କଟକ ସଦର କନ୍ଦରପୁର ଉପକଣ୍ଠ ସିଦ୍ଧେଶ୍ୱରପୁର ଗୋପାଳ ସ୍ମୃତି ବିଦ୍ୟାପୀଠର ୧୯୬୯ ମାଟ୍ରିକ ବ୍ୟାଚ୍ ସହପାଠୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅଥଙ୍ଗା ମା କୁଲେଇସୁଣି ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ବରେ ପୁରାତନ ସ୍ମୃତିକୁ ମନେ ପକାଇବା ସହ ନିଜ ଅଞ୍ଚଳରେ ବହୁ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଯଥା ନିଜ ସ୍କୁଲର ବିକାଶ ନେଇ ଗଠିତ ହୋଇଥିବା ମୋ ସ୍କୁଲ ଅଭିଯାନ ଯୋଜନାରେ ସମସ୍ତେ ସାମିଲ ହୋଇ ସ୍କୁଲର ଉନ୍ନତି ଦିଗରେ ଅତୀତରେ ସହଯୋଗ ପ୍ରଦାନ ପୂର୍ବକ ଓ ଆଗକୁ ଏହି ସେବା କାର୍ଯ୍ୟକ୍ରମକୁ ତ୍ଵରାନିତ କରିବାକୁ ନିଷ୍ପତି ନିଆଯାଇଛି । ଏହି ବନ୍ଧୁ ମିଳନ ପର୍ବରେ ହେମନ୍ତ ଦାସ, ରାଧାଶ୍ୟାମ ଭୂୟାଁ, ଡା.ଲିଙ୍ଗରାଜ ହୋତା, ଗୌରାଙ୍ଗ ଶତପଥୀ, ପ୍ରଫୁଲ୍ଲ କର, ଶ୍ରୀମତୀ ସତ୍ୟଭାମା ଜେନା, ଜାନକୀ ପ୍ରଧାନ, ପ୍ରମିଳା ଷଢଙ୍ଗୀ, ରବୀନ୍ଦ୍ର ନାଥ ଭୋଇ, ଦୋଳ ଗୋବିନ୍ଦ ଲେଙ୍କା, ତ୍ରୈଲୋକ୍ୟ ନାଥ ରାଉତରାୟ, ମୋହନ ସୁନ୍ଦର ପରିଡା, ନନ୍ଦ କିଶୋର ରାଉଳ, ରବୀନ୍ଦ୍ର ନାଥ ସାହୁ, ଭିକାରୀ ଚରଣ ସାହୁ, ବିଜୟ ରାମ ବେଉରା, ନିତ୍ୟାନନ୍ଦ ତରାଇ, ଭାରତ ମାଝୀ, ବିରେନ୍ ଦାସ, ଶରତ ଜେନାଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *