ପରଲୋକ ରେ ବରିଷ୍ଠ ସମାଜସେବୀ କମା ନାୟକ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭାଟସାହି ଗ୍ରାମର ବରିଷ୍ଠ ସମାଜସେବୀ କମା ନାୟକ ଙ୍କ ପରଲୋକ ପରେ ଆୟୋଜିତ ଏକାଦଶାହ କାର୍ଯ୍ୟକ୍ରମ ରେ ଯୋଗଦେଲେ ହରିପୁର ଗ୍ରାମ ପଞ୍ଚାୟତ ର ଯୁବ ସରପଞ୍ଚ ଜିତେନ୍ଦ୍ର କୁମାର ଖଟୁଆ ଏବଂ ଅନ୍ୟାନ୍ୟ ବହୁ ସାମାଜିକ କର୍ମୀ | କଥା ଦେଇ କଥା ରଖିଲେ ସରପଞ୍ଚ , ଆପଣମାନେ ଦେଖିଥିବେ ନିର୍ବାଚନ ସରିଲେ କୌଣସି ନେତା ଗାଁ ରେ ଦେଖାଦିଅନ୍ତି ନାହିଁ | କିନ୍ତୁ ଆମେ ଏମିତି ଗୋଟିଏ ନେତା ବା ସରପଞ୍ଚ ପାଖକୁ ନେଇଯିବୁ ଯିଏ ନିର୍ବାଚନ ସମୟରେ ନିଜର ଗୁରୁତ୍ୱପୂର୍ଣ୍ଣ ମୁଦା ନେଇକି ପ୍ରଚାର ମୈଦାନକୁ ଓହ୍ଲାଇବା ସହିତ ସେ ସମୟରେ ସେ କହିଥିଲେ ପରିବର୍ତ୍ତନ ହିଁ ବିକାଶ ର ଧାରା | ଆପଣ ମାନେ ମୋତେ ଆଶୀର୍ବାଦ କରନ୍ତୁ ମୁଁ ଆପଣଙ୍କ ସୁଖ ଦୁଃଖ ରେ ଠିଆ ହେବି | ଗୋଟିଏ ଭାଇ ସ୍ୱାର୍ଥ ପାଇଁ ଭାଇ କୁ ଭୁଲିଯାଏ କିନ୍ତୁ ମୁଁ ଆପଣ ର ପ୍ରତ୍ୟେକ ସମସ୍ୟା ପାଖରେ ଠିଆ ହେବି. ଆପଣଙ୍କ ସୁଖ ଦୁଃଖ ରେ ସାଥିରେ ରହିବି | ସତରେ ଆଜି ସେହି କଥା କୁ କରି ଦେଖେଇଛନ୍ତି ସରପଞ୍ଚ | ଏ ଘଟଣା ଦର୍ଶକ ବନ୍ଧୁ ଆମେ ମନରୁ କହୁନୁ ଏ ଘଟଣା କୁ ଆପଣ ଦେଖିଲେ ଜାଣି ପାରିବେ, ଇଏ ହେଉଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଜିତେନ୍ଦ୍ର କୁମାର ଖଟୁଆ ଙ୍କ କଥା | ଭାଟସାହି ଗ୍ରାମର ବରିଷ୍ଠ ସମାଜସେବୀ କମା ନାୟକ ଙ୍କ ପରଲୋକ ପରେ ଆୟୋଜିତ ଏକାଦଶାହ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ହରିପୁର ଗ୍ରାମପଞ୍ଚାୟତ ର ଯୁବ ସରପଞ୍ଚ ଜିତେନ୍ଦ୍ର କୁମାର ଖଟୁଆ, ତାଙ୍କ ସହ ହରିପୁର ଗ୍ରାମପଞ୍ଚାୟତ ର ଯୁବ ସମାଜସେବୀ ସୁବାସ ନାୟକ ମଧ୍ୟ୍ୟ ଯୋଗ ଦେଇଥିଲେ | ବରିଷ୍ଠ ସମାଜସେବୀ ଙ୍କ ଇଶ୍ୱରୀୟ ଆତ୍ମା ର ସଦଗତି ନିମନ୍ତେ କିଛି ସମୟ ନୀରବ ପ୍ରାର୍ଥନା କରିବା ପାଇଁ ସରପଞ୍ଚ କହିଥିଲେ | ଏହି କାର୍ଯ୍ୟକ୍ରମ ରେ ଭାଟସାହି ଗ୍ରାମର ସମାଜସେବୀ ପ୍ରେମାନନ୍ଦ ନାୟକ, ଲିଟୁ ନାୟକ, ଶରତ ଚନ୍ଦ୍ର ନାୟକ, ସୋନୁ ଭାଇ, ବାବୁଲା ନାୟକ, ମାନସ ନାୟକ, ରଂଜିତ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *