ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜଙ୍ଗଲରେ ଶିକାର କରୁଥିବା ସମୟରେ ୨ ଶିକାରୀ ଗିରଫ . ଢେଙ୍କାନାଳ ରେଞ୍ଜ ର ବେଲବନିଆ ସଂରକ୍ଷିତ ଜଙ୍ଗଲ ରୁ ଶିକାର କରୁଥିବା ସମୟରେ ବନବିଭାଗ ୨ ଜଣ ଶିକାରୀ ଙ୍କୁ ଗିରଫ କରିବା ସହିତ ଏକ ଦେଶୀ ବନ୍ଧୁକ ଓ ଟର୍ଚ୍ଚ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗିରଫ ଶିକାରୀ ଦୁଇଜଣ ହେଉଛନ୍ତି କୃଷ୍ଣ ପ୍ରସାଦ ଶବର ସାହି ର ବିନୋଦ ଦେହୁରୀ ଏବଂ ଘଟିବିରି ଗ୍ରାମର ମନୋଜ ସାହୁ । ଶିକାରୀ ଦୁଇଜଣଙ୍କୁ ଢେଙ୍କାନାଳ ବନଖଣ୍ଡ କର୍ମଚାରୀ ଗିରଫ କରିଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଜଙ୍ଗଲରେ ଶିକାର କରୁଥିବା ସମୟରେ ୨ ଶିକାରୀ ଗିରଫ !!

