ପୂଜ୍ୟପୂଜା ସଂସଦ ପାରଳାଖେମୁଣ୍ଡି ଆନୁକୁଲ୍ୟରେ ବିଶ୍ଵ ଜଳ ଦିବସ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପୂଜ୍ୟପୂଜା ସଂସଦ ର ସଭାପତି ଭାଗବତ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଆଭାଷି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି । ଜୀବନ ବଞ୍ଚାଇ ରଖିବାର ମୂଳ ଉତ୍ସ ଜଳ ଜଳର ଅପଚୟ ରୋକିବା , ଜଳ ବିନିଯୋଗରେ ସଂଯତ ଓ ନିୟନ୍ତ୍ରଣ ରକ୍ଷା କଲେ ଆଗାମୀ ଦିନ ଜୀବ ଜଗତ ତିଷ୍ଠି ପାରିବେ , ଏଣୁ ୫ ଜ ଜନ, ଜଳ ,ଜମି, ଜଙ୍ଗଲ, ଜନ୍ତୁ ପ୍ରତି ସର୍ବଦା ଧ୍ୟାନ ଦେବା ଜରୁରୀ ବୋଲି ବକ୍ତା ଗଣ କହିଥିଲେ । ସେବାନିବୃତ ଅଧ୍ୟକ୍ଷ ଅଧ୍ୟାପକ ରଘୁନାଥ ପଣ୍ଡା, ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି ବିଚିତ୍ରାନନ୍ଦ ବେବର୍ତ୍ତା, ଲିଙ୍ଗରାଜ ପାଣିଗ୍ରାହୀ (ହେଲ୍ପ) , ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ, ଶିକ୍ଷୟତ୍ରୀ ମନୋରମା ପତି (ଭୁବନେଶ୍ୱର), ପ୍ରଗତି ସମ୍ପାଦିକା ତନୁଜା ଶତପଥୀ , ଡ଼ିଆଇଇଟି ଅଧ୍ୟକ୍ଷ ଡାକ୍ତର ମୁର୍ମୁ ପ୍ରଭୃତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *