କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସ୍ପେଣ୍ଡ ହେଲେ ଦୁଇ ପୂର୍ବତନ କାଉନସିଲର । କନ୍ଧମାଳ ଜିଲ୍ଲା ଫୁଲବାଣୀ ମ୍ୟୁନିସିପାଲର ୱାର୍ଡ ନ -୦୩ ର ପୂର୍ବତନ କାଉନସିଲର ଭାଗବତ ବେହେରା ଏବଂ ୧୦ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ଶ୍ରୀବତ୍ସ ବେହେରା ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ କରିଥିବା ମହଙ୍ଗା ପଡ଼ିଛି । ଏନେଇ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ସରୋଜ କର୍ଣ୍ଣ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ।
ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡି ର ଦୁଇ ପୂର୍ବତନ କାଉନସିଲର ନିଲମ୍ବିତ !!!

