ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : Holistic Medicine Research Foundation ( HMRF ) ଦ୍ୱାରା ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ “ନାରୀ ସମ୍ମାନ ୨୦୨୨” ରେ World Book Of Record , United Kingdom , London ଦ୍ୱାରା ଡକ୍ଟର ନରସିଂହ ପ୍ରସାଦ ଚରତି ଙ୍କୁ World Book Of Record ମାନପତ୍ର ସହ ମେଡାଲ ପ୍ରଦାନ କରାଯାଇଛି । ସେ ଜଣେ ବିକଳ୍ପ ଔଷଧ ଅଭ୍ୟାସକାରୀ । ହାଇଦରାବାଦ ସ୍ଥିତ ଭାରତୀୟ ବିଦ୍ୟା ଭବନ ଅଡିଟୋରିୟମରେ HMRF, ତେଲେଙ୍ଗାନା ଦ୍ଵାରା ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯକ୍ରମ ରେ ଡ. ଚରତି ଙ୍କୁ ଏହି ସର୍ବୋତ୍ତମ ମାନପତ୍ର ସହ ମେଡାଲ ପ୍ରଦାନ କରା ଯାଇଥିଲା । HMRF ର ସମସ୍ତ ସଦସ୍ୟ ୨୦୨୧ ବର୍ଷ ରେ Prof .Dr. ଦୀପକ କୁମାର ରାଉତ ଙ୍କ ଅଧୀନରେ ସର୍ବାଧିକ ୨୭ ଟି ସ୍ୱାସ୍ଥ୍ୟ ସମ୍ପର୍କିତ ଅନଲାଇନ ତଥା ଅଫଲାଇନ ସ୍ୱାସ୍ଥ୍ୟ ଶିବିର ମାନ କରିଥିଲେ , ଏହା ସହ ସେମାନେ ବିଶ୍ୱବ୍ୟାପୀ ପାରମ୍ପରିକ ଔଷଧ ର ପ୍ରଚାର ପ୍ରସାର କରି ବିଶ୍ଵରେ ଏକ ଐତିହାସିକ ରେକର୍ଡ଼ ସୃଷ୍ଟି କରିଛନ୍ତି । ଏହି ନିମନ୍ତେ Dr. ରାଉତ ଏବଂ ତାଙ୍କ ସହକର୍ମୀ ମାନଙ୍କ ଉତ୍କର୍ଷତା ପାଇଁ ମାର୍ଚ୍ଚ ୧୯ ତାରିଖ ରେ ଉକ୍ତ କାର୍ଯ୍ୟକ୍ରମକୁ World Book Of Record ଦ୍ଵାରା ସମ୍ମାନିତ କରାଯାଇଛି । ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ନୋବେଲ ଶାନ୍ତି ପୁରସ୍କାରଧାରୀ, ଆନ୍ତର୍ଜାତୀୟ ଶାନ୍ତି ରାଷ୍ଟ୍ରଦୂତ ଡକ୍ଟର ମଧୁ କୃଷ୍ଣ, ପଣ୍ଡିତ ପ୍ରଶାନ୍ତ ଗାଇକ୍ୱାଡ (ବେଟି ବଚାଓ ବେଟି ପଢ଼ାଓ ରାଷ୍ଟ୍ରଦୂତ, ଭାରତ ସରକାର) , ବିଦୁଷୀ ତଥା କୃଷ୍ଣ ଭକ୍ତି ପ୍ରବଚିକା ଜୟକିଶୋରୀ ଦେବୀ, କୁଳଦୀପ ଦିଦି , ତେଲୁଗୁ ସିନେମା ଜଗତ ର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶଶୀ ପ୍ରୀତମ୍ , ସୁପ୍ରିମ କୋର୍ଟର ବିଶିଷ୍ଟ ଓକିଲ ବରପ୍ରସାଦ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସନ୍ଧ୍ୟା ସମୟ ରେ ସଙ୍ଗୀତ କାର୍ଯ୍ୟକ୍ରମ ରେ ମଧ୍ୟ ଶ୍ରୀ ନରସିଂହ ପ୍ରସାଦ ଚରତି ବିଶେଷ ତବଲା ବାଦନ କରି ଦର୍ଶକଙ୍କ ମନ ହରଣ କରି ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମଧ୍ୟ ଶ୍ରୀ ଚରତି ଙ୍କୁ ସମ୍ମାନିତ କରାଯାଇଥିଲା । ସେ ପରିଶେଷରେ ପଲ୍ଲୀ ଗ୍ରାମରେ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସାଧନ ପାଇଁ ଶପଥ ଗ୍ରହଣ କରିଛନ୍ତି ଏବଂ ବିଶ୍ଵରେ ଶାନ୍ତି ଓ ପ୍ରେମର ବାର୍ତ୍ତା ପ୍ରେରଣ କରିବାରେ ମଧ୍ୟ ବ୍ରତୀ ରହିବେ ବୋଲି କହିଛନ୍ତି । ସେ ନିଜ ବାପା ଙ୍କ ପ୍ରେରଣା ରୁ ଏଇ କାର୍ଯ୍ୟ କରିଛନ୍ତି ଏବଂ ତାଙ୍କୁ ଅଶେଷ କୃତଞତା ମଧ୍ୟ ଦେଇଛନ୍ତି ।

