କାଶୀ ନଗରରେ ବୁଲିଲା ଶ୍ରୀ ଜଗନ୍ନାଥ ଅର୍ପଣ ରଥ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀନଗର ର ଶ୍ରୀ ଜଗନ୍ନାଥ ମନ୍ଦିରରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରି ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ବିଡ଼ିଓ ଅନୁପ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବ୍ଲକ ଅଧ୍ୟକ୍ଷା ବି ସାୟାମ୍ମା ଉଦଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ଶଶୀ ଭୂଷଣ ମହାନ୍ତି, ଯୁବ ନେତା ଇଂ ରୂପେସ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟା ରାଜଲକ୍ଷ୍ମୀ, କାଶନଗର ଏନ୍ଏସି ଅଧ୍ୟକ୍ଷା ଏମ୍ ସୁଧା ରାଣୀ, ଉପାଧ୍ୟକ୍ଷ ରଘୁରାମ ସାହୁ, ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାଢ଼ୀ, ବ୍ଲକର ସମସ୍ତ ଯନ୍ତ୍ରୀ, କର୍ମଚାରୀ ସମସ୍ତ ସରପଞ୍ଚ ସମିତି ସଭ୍ୟ ଓ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଏହି ଅବସରରେ କୀର୍ତ୍ତନ ମଣ୍ଡଳୀ ଦ୍ବାରା କୀର୍ତ୍ତନ କରିବା ସହ ଘରୁ ଘରୁ ଚାଉଳ ଓ ଗୁଆ ସଂଗ୍ରହ କରଯାଇଥିଲା ।

Leave a Reply

Your email address will not be published. Required fields are marked *