ବର୍ଷ ଏକ – ବିକାଶ ଅନେକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବର୍ଷ ଏକ – ବିକାଶ ଅନେକ ! ବିକାଶ ପଥେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଅବସ୍ଥିତ ସମନ୍ବିତ ଅଧିବାସୀ ଉନ୍ନୟନ ସଂସ୍ଥା ବିଗତ ଚାରି ଦଶନ୍ଧି ରୁ ଜନଜାତି ସମ୍ପ୍ରଦାୟଙ୍କ ସର୍ବାଙ୍ଗୀନ ଉନ୍ନତି ସକାଶେ ତାର ପାରଦର୍ଶିତା ପ୍ରଦର୍ଶନ କରିଆସିଛି l ଏହି ସଂସ୍ଥା ଦ୍ୱାରା ଅନେକ ବିକାଶ ଅଭିମୁଖୀ ଯୋଜନା ଗୁଡିକ ହାତକୁ ନିଆଯାଇ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଉଛି l ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା, ଭିତ୍ତିଭୂମି ବିକାଶ ଆଦି କ୍ଷେତ୍ରରେ ଏହି ସଂସ୍ଥା ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଜନଜାତି ମାନଙ୍କର ବାସ୍ତବିକ ଉନ୍ନତି ପରିଲକ୍ଷିତ ମଧ୍ୟ ହେଉଛି ଏବଂ ଏହାର ଜ୍ୱଳନ୍ତ ଉଦାହରଣ ତୃଣମୂଳ ସ୍ତରରୁ ଆସି ନିଜକୁ ମୁଖ୍ୟ ସ୍ରୋତରେ ସାମିଲ କରିପାରିଥିବା ଜନଜାତି ଭାଇଭଉଣୀ ମାନେ ହିଁ ଅଟନ୍ତି l ସେମାନଙ୍କର ସଫଳତା ର କାହାଣୀ କହିଥାଏ ଅନେକ ବାସ୍ତବିକ କଥା ଯାହାକି ଅନ୍ୟ ଆଦିବାସୀ ଯୁବକ ଯୁବତୀ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ଅଟେ l ଜିଲ୍ଲାର ମୋହନା ବ୍ଲକର ଗ୍ରାମର ଯୋଗେନ୍ଦ୍ର ଦଳାଇ ଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ କାର୍ଯ୍ୟକାରୀ ହେବା ପରେ ବିଭିନ୍ନ ପ୍ରକାରର କୃଷି ସାମଗ୍ରୀ ଯଥା- ବିହନ, ଜୈବିକ ସାର ଓ ଔଷଧ ଏବଂ ଜଳସେଚନ ପାଇଁ ସୌର ଚାଳିତ ଉଠା ଜଳ ସେଚନ ପ୍ରକଳ୍ପ ଏବଂ ଚାଷ କାର୍ଯ୍ୟରେ ସହାୟକ ପାଇଁ ପାୱାର ବିଡର ଭଳି କୃଷି ଉପକରଣ ଯୋଗାଇ ଦିଆଯାଇଥିଲା l ଯାହାଦ୍ୱାରା ସେ ଆୟରେ ବୃଦ୍ଧି କରିପାରିଛନ୍ତି l ଠିକ ସେହିପରି ର. ଉଦୟଗିର ବ୍ଲକ ର ସନ୍ତୋଷିନୀ ମଣ୍ଡଳ ଏକ ଲକ୍ଷ ସହାୟତା ଦିଆଯାଇ ସେ ଏକ ସିଲାଇ ଉଦ୍ୟୋଗ ପ୍ରତିଷ୍ଠା କରି ଆତ୍ମ ନିର୍ଭର ହୋଇପାରିଛନ୍ତି l ଗୁମ୍ମା ବ୍ଲକ ର ଗଙ୍ଗା ଶବର ମଧ୍ୟ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିଜ ଜମିକୁ ସମତଳ କରାଇ ଚାଷ ଉପଯୋଗୀ କରି ନିଜର ଜୀବିକାରେ ଉନ୍ନତି ଆଣିପାରିଛନ୍ତି l ଦେଖିବାକୁ ଗଲେ, ଗତ ଏକ ବର୍ଷ ମଧ୍ୟରେ ଆଦିବାସୀ ଉନ୍ନୟନ ସଂସ୍ଥା ଖୁବ ଉଚ୍ଚକୋଟୀର ପ୍ରଦର୍ଶନ କରିଛି l ତେଣୁ ବିକାଶ ପଥେ ଆଦିବାସୀ ଉନ୍ନୟନ ସଂସ୍ଥା ନିରନ୍ତର ଅଗ୍ରସର ହେଉଛି l ଏହି ଆଶା ଓ ବିଶ୍ୱାସ, ଏହି ସଂସ୍ଥା ଆଗାମୀ ଦିନରେ ତାର ଆହୁରି ଅନେକ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିପାରିବ l

Leave a Reply

Your email address will not be published. Required fields are marked *