ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ରାଇପାଳ ଗାଁରେ ଅଭାବନୀୟ ଘଟଣା !!!

Spread the love

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ରାଇପାଳ ଗାଁ ରେ ଘଟିଯାଇଛି ଅଭାବନୀୟ ଘଟଣା . ରାସନ୍ ଡିଲର ଓ ତାଙ୍କ ପରିବାର ଲୋକଙ୍କ ଆକ୍ରମଣରେ ଗର୍ଭବତୀ ମହିଳାଙ୍କ ଉପରେ ଶିଶୁ ମୃତ୍ୟୁ ନେଇ ଥାନାରେ ଅଭିଯୋଗ । ସୂଚନା ଯେ , ୭ ଦିନ ହେବ ରାଇପାଳ ଗ୍ରାମର ବିଦେଶୀ ବେହେରାଙ୍କ ସ୍ତ୍ରୀ ମିଲି ବେହେରା ଘରେ ଏକୁଟିଆ ଥିବା ସମୟରେ ରାସନ୍ ସାମଗ୍ରୀ ଡିଲର ସୁମନ୍ତ ସାହୁ ଏକ ସାଧା କାଗଜରେ ଦସ୍ତଖତ ଦେବାକୁ କହିଥିବା ବେଳେ ମହିଳା ଜଣେ ମନା କରିଥିଲେ । ଫଳରେ ଏଥିରେ ଡିଲରଙ୍କ ସ୍ୱାମୀ ଉତକ୍ଷିପ୍ତ ହୋଇ ନିଜେ ଡିଲର ବନିତା ସାହୁ ଙ୍କ ସହ ବାପା ସୁରେଶ ସ୍ୱାଇଁ ମା ଯୋଶଦା ସ୍ୱାଇଁ ଆସି ସଂପୃକ୍ତ ଗର୍ଭବତୀ ମହିଳା ଜଣଙ୍କ ଠାରୁ ଜବରଦସ୍ତ ଦସ୍ତଖତ କରିବା ସହ ମାଡ ମାରି ଥିବା ଗର୍ଭବତୀ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଛେଣ୍ଡିପଦା ପୋଲିସ କୌଣସି ପଦକ୍ଷେପ ନ ନେବାରୁ ଗର୍ଭବତୀ ମହିଳା ଓ ପରିବାର ଲୋକେ ଅନୁଗୋଳ ଏସପି ଙ୍କ ଦ୍ୱାରସ୍ଥ ହୋଇଥିଲେ । ଫଳରେ ଲୋକ ଦେଖାଣିଆଁ ପୋଲିସ ତଦନ୍ତ କରିବାକୁ ଯାଇ ଚୁପ୍ ବସିଥିବା ବେଳେ ଆଜି ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା ହେବାରୁ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି ହେବା ପରେ ଏକ ୪ ମାସର ମୃତ ଶିଶୁ ଜନ୍ମ ହେବା ପରେ ମହିଳାଙ୍କ ପରିବାର ପକ୍ଷରୁ ପୁଣି ଏକ ଅଭିଯୋଗ ଥାନାରେ କରାଯାଇଛି । ଅନ୍ୟ ପକ୍ଷରେ ସଂପୃକ୍ତ ଡିଲର ଲୋକ ମାନଙ୍କୁ ସଠିକ୍ ଭାବରେ ରାସନ୍ ସାମଗ୍ରୀ ଦେଉ ନଥିବାରୁ ୪୦ ଜଣ ହିତାଧିକାରୀ ଯୋଗାଣ ବିଭାଗ ପାଖରେ ଅଭିଯୋଗ କରିଥିବା ସୂଚନା ମିଳିଛି । ଡିଲର ଜଣଙ୍କ ଲୋକମାନେ ସନ୍ତୁଷ୍ଟ ଥିବା ପ୍ରଣାମ ପତ୍ର ଦେବାକୁ ଏହି ଦସ୍ତଖତ କରାଉଥିବା ଜଣାପଡିଛି । ଫଳରେ ଗର୍ଭବତୀ ମା କୁ ପୋଲିସ ପ୍ରଶାସନ କିଭଳି ନ୍ୟାୟ ଦେବ ତାହା ଦେଖିବାର ଅପେକ୍ଷା ।

 

Leave a Reply

Your email address will not be published. Required fields are marked *