ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାଳୟରେ କୋଭିଡ୍ ଟୀକାକରଣ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଉପକଣ୍ଠ ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାଳୟରେ ୧୨ ରୁ ୧୪ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି . ବେଣ୍ଟକାର ସ୍ୱାସ୍ଥ୍ୟକେନ୍ଦ୍ରର ଭାସ୍କିନେଟର ଶୁଭଶ୍ରୀ ସ୍ୱାଇଁ , ଡିଇଓ ସୋନାଲି ସେନାପତି ଙ୍କ ଦ୍ୱାରା ୧୨୭ ଜଣକୁ ଟିକା ପ୍ରଦାନ ସହ ଦ୍ୱିତୀୟ ଡୋଜ ପାଇଁ ପଞ୍ଜିକୃତ ଥିବା ପିଲା ମାନଙ୍କୁ ମଧ୍ୟ ଟୀକା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକର୍ମରେ ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ଦାଶଙ୍କ ପରାମର୍ଶ କ୍ରମେ ଶିକ୍ଷୟତ୍ରୀ ରୂପାଲି ରୁପଜିତା, ଶର୍ମିଷ୍ଠା ମହାନ୍ତି ପ୍ରମୁଖ ପରିଚାଳନା କରିବା ସହ ସ୍କାଉଟ୍ ଓ ଗାଇଡ ପିଲାମାନେ ସହାୟତା ପ୍ରଦାନ କରିଥିଲେ । କିଛି ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମ ଦ୍ଵାରା ଉପକୃତ ହୋଇଥିଲେ ।

Leave a Reply

Your email address will not be published. Required fields are marked *