ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବୋତଲଣ୍ଡା ଛକ ପାଖ ମୁଖ୍ୟ ରାଜପଥରେ ଅଜଣା ଗାଡି ସାଇଟ ମରାରେ ବାଇକ ଦୁର୍ଘଟଣା , ଚାରି ଯୁବକ ଆହତ . ସଂଶାଇଲୋ ଗ୍ରାମର ସରୋଜ ମହାନ୍ତ, ସୋହନ ମହାନ୍ତ ଓ କଟକ ଟାଙ୍ଗି ଥାନା ଅନ୍ତର୍ଗତ କରଞ୍ଜି ବାସିନ୍ଦା ଅରବିନ୍ଦ ମହାନ୍ତ, କ୍ରିଷ୍ଣା ମହାନ୍ତ ବ୍ୟକ୍ତିଗତ କାର୍ଯ୍ୟରେ ଭୁବନ ଯାଇ ସଂଶାଇଲୋକୁ ଫେରୁଥିବା ସୟରେ ଶନିବାର ରାତି 7 ଘଟିକା ସମୟରେ ସୁକିନ୍ଦା ଥାନା ଅନ୍ତର୍ଗତ ବୋତଲଣ୍ଡା ଛକ ପାଖ ମୁଖ୍ୟ ରାଜପଥରେ ଅଜଣା ଗାଡି ସାଇଟ ମରାରେ ବାଇକ ଦୁର୍ଘଟଣା ଘଟି ସଂଶାଇଲୋ ଗ୍ରାମର ସରୋଜ ମହାନ୍ତ, ସୋହନ ମହାନ୍ତ ଓ କଟକ ଟାଙ୍ଗି ଥାନା ଅନ୍ତର୍ଗତ କରଞ୍ଜି ବାସିନ୍ଦା ଅରବିନ୍ଦ ମହାନ୍ତ, କ୍ରିଷ୍ଣା ମହାନ୍ତ ଗୁରୁତର ଆହତ ହୋଇ ରାସ୍ତାରେ ପଡି ରହିଥିଲେ . ସମସ୍ତ ଆହତ ବ୍ୟକ୍ତିଙ୍କୁ ସରକାରି 108 ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଚାରି ଆହତ ବ୍ୟକ୍ତିଙ୍କ ମଧ୍ୟରୁ ଅରବିନ୍ଦ ମହାନ୍ତ ଅଧିକ ଗୁରୁତର ହୋଇଥିବାରୁ ତାଙ୍କ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଦେଖିବାକୁ ମିଳିଛି ।
ବୋତଲଣ୍ଡା ଛକ ପାଖ ମୁଖ୍ୟ ରାଜପଥରେ ବାଇକ ଦୁର୍ଘଟଣା : ଚାରି ଯୁବକ ଆହତ !!!

