ଭୋଟ ଗଣତିରେ ଅନିୟମିତତା ନେଇ ଆସିଲା ଅଭିଯୋଗ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପ୍ରିୟବ୍ରତ ଦାସ ଭୋଟ ଗଣତିରେ ଅନିୟମିତତା ଅଭିଯୋଗ ଆଣି ଲିଖିତ ଅଭିଯୋଗ କରିଛନ୍ତି l ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପରେ ଗତ ଫେବୃଆରୀ 22 ତାରିଖରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତରେ ଚାରି ଜଣ ସରପଞ୍ଚ ପ୍ରାର୍ଥୀ ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା l ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ହୋଇଥିବା ଦେଖିବାକୁ ମିଳିଥିଲା l ଭୋଟ ଗଣତିରେ ପ୍ରିୟବ୍ରତ ଦାସଙ୍କ ଠାରୁ ସଞ୍ଜୟ ପରିଡା ଦୁଇ ଖଣ୍ଡ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଥିବା ସୁକିନ୍ଦା ବ୍ଲକ ବିଡ଼ିଓ ଘୋଷଣା କରିଥିଲେ l ବିପୁଳ ପରିମାଣରେ ଭୋଟ ପାଇଥିବା ପ୍ରିୟବ୍ରତ ଦାସ ଦୁଇ ଖଣ୍ଡ ଭୋଟରେ ପରାଜୟକୁ ଗ୍ରହଣ କରି ପାରି ନଥିଲେ l ପଞ୍ଚାୟତରେ 16 ଗୋଟି ୱାର୍ଡରେ ଶାନ୍ତି ପୂର୍ଣ୍ଣ ଭୋଟ ଗ୍ରହଣ ହୋଇଥିଲା ବେଳେ ଦୁଇ ନମ୍ବର ୱାର୍ଡରେ 338 ଜଣ ମତଦାନ କରିଥିଲେ l ତା ମଧ୍ୟରୁ ପ୍ରିୟବ୍ରତ ପାଇଥିବା 88 ଖଣ୍ଡ ଭୋଟ କୁ ବାତିଲ କରାଯାଇଥିଲା l କାରଣ 88 ଖଣ୍ଡ ଭୋଟରେ ବୁଥ ର ପ୍ରିଜାଇଡିଂ ଅଫିସରଙ୍କ ସ୍ଵାକ୍ଷର ନଥିବା କାରଣ ଦର୍ଶାଇ ବାତିଲ କରିଥିବା ବିଡ଼ିଓ ସୂଚନା ଦେଇଥିଲେ l ପକ୍ଷପାତ କରିବା ଉଦ୍ଦେଶ୍ୟରେ ବିଳମ୍ବିତ ରାତ୍ରରେ ଏକାଥରେ ଗୋଟିଏ ଟେବୁଲରେ ତିନି ଗୋଟି ବୁଥ ର ଭୋଟ ବାକ୍ସ ଢାଳି ଭୋଟ ଗଣତି କରିଥିଲେ l ଯାହାକୁ ସରପଞ୍ଚ ପ୍ରାର୍ଥୀ ପ୍ରିୟବ୍ରତ ଦାସଙ୍କ ଏଜେଣ୍ଟ ମାନେ ବିରୋଧ କରିଥିଲେ l ବ୍ଲକ ଅଧିକାରୀ ପୋଲିସ ର ଭୟ ଦେଖାଇ ଭୋଟ ଗଣତି କରିଥିଲେ l ଭୋଟ ଗଣତିରେ ଅନିୟମିତତା କାରଣ ଦର୍ଶାଇ ସରପଞ୍ଚ ପ୍ରାର୍ଥୀ ପୁନର୍ବାର ଭୋଟ ଗଣତି କରିବା ପାଇଁ  ସୁକିନ୍ଦା ବ୍ଲକ ଅଧିକାରୀ ଏବଂ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ l ଯାହାକି ଆଜି ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନଥିବା ପ୍ରିୟବ୍ରତ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି l

Leave a Reply

Your email address will not be published. Required fields are marked *